ଓଡିଶା ସମ୍ବାଦ ବ୍ୟୁରୋ: ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସି ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକକୁ ସଠିକ ଭାବେ ରାଜ୍ୟ ସରକାର ଲାଗୁ କରୁନାହାନ୍ତି କହିଛନ୍ତି ଏହି ରାଜ୍ୟସଭା ସାଂସଦା
କୁମାରକୃଷ୍ଣ ଚନ୍ଦ୍ର ରାୟ ସ୍ମୃତି ବ୍ୟାଖ୍ୟାନମାଳାରେ ଯୋଗଦେବାକୁ ଆସିଥିବା ସଂଧାଂଶୁ ତ୍ରୀବେଦୀ କହିଛନ୍ତି, ଓଡ଼ିଶାର ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଥିଲା । ହେଲେ ଏବେ ଯେଉଁଭଳି ଆଇନଶୃଙ୍ଖଳା ଦେଖାଦେଇଛି । ତାହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛିା
ଗରିବ ଲୋକଙ୍କୁ ଖାଦ୍ୟ ଓ ବାସଗୃହ ସମେତ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ସଙ୍କଳ୍ପ ନେଇଛନ୍ତି ବୋଲି ବିଜେପି ନେତା କହିଛନ୍ତି । କିନ୍ତୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ନେଇ ଯେଉଁ ଖବର ଆସୁଛି ତାହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
Today got the opportunity to address Kumar Krushna Chandra Ray memorial Lecture at Regional Institute of Education, Bhuwaneshwar, Odisa as part of #Y20 initiative under G20 Programs pic.twitter.com/ehMsIDEDyk
— Dr. Sudhanshu Trivedi (@SudhanshuTrived) March 10, 2023
୨୮ ଲକ୍ଷ ଲୋକଙ୍କ ପାଇଁ ପିଏମ ଆବାସ ଯୋଜନାରେ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର. କିନ୍ତୁ ଓଡ଼ିଶା ସରକାର ପ୍ରକାଶ କରିଥିବା ତାଲିକାରେ ଅନିୟମିତତା ରହିଛି ଏବଂ ଏହାକୁ ନେଇ ଏବେ ଅପରାଧ ଓ ହତ୍ୟାକାଣ୍ଡ ଘଟୁଛି ବୋଲି ବିଜେପି ଅଭିଯୋଗ କରିଛି ।
ତ୍ରିବେଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଦର୍ଶାଉଛି ଯେ, ଗରିବଙ୍କ ପାଇଁ କରାଯାଇଥିବା କାମ ପ୍ରତି ଏବେର ଓଡିଶା ସରକାର ସମ୍ବେଦନଶୀଳ ନୁହନ୍ତି । ନିଜ ସ୍ୱାର୍ଥ ପୂରଣ ପାଇଁ ସେବା କରିବାକୁ ଆସିଛନ୍ତି । ତେବେ ବିଜେପିର ସଙ୍କଳ୍ପ ହେଉଛି ଗରିବଙ୍କ ପାଖରେ ସବୁ ବିକାଶ ପହଂଚାଇବା, କିନ୍ତୁ ଓଡ଼ିଶା ସରକାରଙ୍କ କାର୍ଯ୍ୟ ନିଶ୍ଚିତ ଭାବେ ଚିନ୍ତାଜନକ ।
Comments are closed.