Latest Odisha News

BREAKING NEWS

ଗଭୀର ଭାବଗତ ବନ୍ଧନ ସତ୍ତ୍ୱେ କୋଟିଆ ଭାଇ ଭଉଣୀମାନେ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ: ବିଜେପି

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଛି । ଅନ୍ୟପଟେ କୋଟିଆ ଏବଂ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକୁ ଗସ୍ତ କରି ଫେରିବା ପରେ ବିଜେପି ପ୍ରେସମିଟ୍ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କୋଟିଆ ଯାଇଥିଲେ । ଶ୍ରୀ ମହାନ୍ତି ଓ ପ୍ରଦୀପ୍ତ ନାୟକ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ପ୍ରେସମିଟରେ କୋଟିଆର ସ୍ଥିତି ନେଇ ସୂଚନା ଦେଇଛନ୍ତି । ସୀମାନ୍ତ ଅଞ୍ଚଳକୁ ନିକଟରୁ ଦେଖିବା ପରେ ଗୋଟିଏ କଥା ଆମର ସମ୍ପୂର୍ଣ୍ଣ ହୃଦବୋଧ ହୋଇଛି- ଗଭୀର ଭାବଗତ ବନ୍ଧନ ସତ୍ତ୍ୱେ ଆମର ପ୍ରିୟ ଓଡ଼ିଶା ଭାଇ ଭଉଣୀମାନେ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ ହୋଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି ।

ଗୋଟିଏ ପଟେ ଓଡ଼ିଆ ଜନତାଙ୍କୁ କରାୟତ କରିବାକୁ ଆନ୍ଧ୍ରର ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଙ୍ଗ ଭାବରେ ବିକାଶ କାମ କରୁଛି । ଅନ୍ୟପଟେ ଉପାନ୍ତ ଅପହଞ୍ଚ ଇଲାକା କରି ଆମ ସରକାର ଓ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସ୍ଥାନୀୟ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନାହାନ୍ତି ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ ସରକାରଙ୍କର ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟ କରିବାର ଶିଥିଳତା ଯୋଗୁଁ ଓଡ଼ିଶା ଲୋକ ନିଜର ଆବଶ୍ୟକତା ପାଇଁ ଆନ୍ଧ୍ର ସରକାରଙ୍କର ଷଡ଼ଯନ୍ତ୍ରପୂର୍ଣ୍ଣ ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଲାଭ ନେଇ ଆନ୍ଧ୍ର ମୁହାଁ ହେବାକୁ ବାଧ୍ୟ ବାଧ୍ୟ ହୋଇଥିବା ଚିନ୍ତାର ବିଷୟ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ଦାସ ।

Leave A Reply

Your email address will not be published.