Latest Odisha News

କରୋନା ପରବର୍ତ୍ତୀ ବିମାନ ସେବା, ଘରୋଇ ଯାତ୍ରୀ ସଂଖ୍ୟାରେ ରେକର୍ଡ

ନୂଆଦିଲ୍ଲୀ: କୋଭିଡ୍ ପରେ ଆରମ୍ଭ ହୋଇଥିବା ଘରୋଇ ବିମାନ କ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ୨ ଲକ୍ଷ ୯୭ ହଜାର ୧୦୨ ଜଣ ଅଧିକ ଯାତ୍ରୀ ହଜାର ୨ ହଜାର ୩୪୯ଟି ବିମାନରେ ଉଡ଼ିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି- ୨୦୨୦ ମେ ୨୫ରୁ ବିମାନ ସେବା ପୁନଃ ଆରମ୍ଭ ହେବା ପରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ ।

କରୋନା କାଳରେ ସୁରକ୍ଷା, ଦକ୍ଷତା ଓ ସମୟର ସ୍ୱଳ୍ପତା ଦୃଷ୍ଟିରୁ ବିମାନ ଯାତ୍ରା ସମସ୍ତଙ୍କ ପସନ୍ଦ ପାଲଟିଛି । କୋଭିଡ୍ ପୂର୍ବ ସମୟ ଅପେକ୍ଷା ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ବଢ଼ିଛି । ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ମୋଟ ୪ ହଜାର ୬୯୭ଟି ବିମାନ ଉଡ଼ିଥିବା ବେଳେ ଏୟାରପୋର୍ଟ ଯାଇଛନ୍ତି ୫ ଲକ୍ଷ ୯୩ ହଜାର ୮୧୯ ଜଣ ଯାତ୍ରୀ ।

ମହାମାରୀ କୋଭିଡ୍-୧୯ ଯୋଗୁଁ ଦେଶରେ ୨୦୨୦ ମାର୍ଚ୍ଚ ୨୪ରୁ ଘରୋଇ ଉଡ଼ାଣକୁ ବନ୍ଦ କରି ଦିଆଯାଇଥିଲା । ପ୍ରାୟ ୨ ମାସ ପରେ ୨୦୨୦ ମେ ୨୫ରେ ସରକାର ଘରୋଇ କ୍ଷେତ୍ରରେ ବିମାନ ସେବାକୁ ପୁଣି ଆରମ୍ଭ କରିଥିଲେ ।

Leave A Reply

Your email address will not be published.