Latest Odisha News

BREAKING NEWS

ନୂଆ ସଦସ୍ୟଙ୍କୁ ନଡ୍ଡାଙ୍କ ମନ୍ତ୍ରଣା; ‘ବିଜେପି ଏକମାତ୍ର ଗଣତାନ୍ତ୍ରିକ ପାର୍ଟି’

ଭୁବନେଶ୍ବର: ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ । ଯେଉଁଠି ଅତି ସ୍ବଚ୍ଛତା ଭାବେ ସଦସ୍ୟତା ଗ୍ରହଣ କରାଯାଏ । ଆଜି ଭୁବନେଶ୍ବରରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।

ତେବେ ଆଜି ବିଜେପି ସଦସ୍ୟତା ଅଭିଯାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ ଉପସ୍ଥିତ, ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ । ଏହି ଅବସରରେ ନଡ୍ଡା କହିଛନ୍ତି, ଭାରତରେ ୫ ହଜାର ଦଳ ଏବଂ ୫୦ରୁ ଅଧିକ ସକ୍ରିୟ ଦଳ ରହିଛନ୍ତି । ହେଲେ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ଆପଣମାନେ କଂଗ୍ରେସର ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି? ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ବିଜେପିରେ ନେତା ପୁଅ ନେତା ହୁଅନ୍ତିନି । ଏଠି ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ ବୋଲି କହିଛନ୍ତି ନଡ୍ଡା ।

Leave A Reply

Your email address will not be published.