Latest Odisha News

BREAKING NEWS

ପରୀକୁ ନ୍ୟାୟ ପାଇଁ ବିଜେପି କରିବ ପଦଯାତ୍ରା

ଭୁବନେ‌ଶ୍ୱର:  ପରୀକୁ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ କରାଯିବ ପଦଯାତ୍ରା । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଦଳ ପକ୍ଷରୁ ଏହି ପଦଯାତ୍ରା ୨୦ରୁ ବାହାରି ପରୀ ଗାଁ ନୟ।ଗଡ ଯଦୁପୁରକୁ ଯିବ ।  ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଏଥି ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଫୋନ ଟେପ୍ ଭାଇରାଲ ପ୍ରସଙ୍ଗରେ କୌଣସି ତଦନ୍ତ କରା ନ ଯିବା ଘଟଣାକୁ ସେ ନିନ୍ଦା କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ‘ଏହି ଘଟଣା ବିଜେଡି ନେତାଙ୍କ ପାଇଁ ଛୋଟ ଘଟଣା ହୋଇପାରେ । କିନ୍ତୁ ଏହା ଚିନ୍ତା ଜନକ । କେବଳ ପରୀ ନୁହେଁ ତା ପରି ୫୫୦୩ ଶିଶୁ ନିଖୋଜ ଅଛନ୍ତି । ତେଣୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଛି । ‘

ଏହି ପଦଯାତ୍ରାରେ ସାଧାରଣ ଲୋକ, ସାମାଜିକ କର୍ମୀ, ଛାତ୍ର ନେତା ତଥା ବିଭିନ୍ନ ସଂଗଠନ ପଦଯାତ୍ରାରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.