Latest Odisha News

BREAKING NEWS

କରୋନା କଟକଣା ଭିତରେ ହେବ ବାଇଡେନ୍‌ଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ ଏଥର ଆମେରିକା କ୍ୟାପିଟୋଲ୍‌ ବିଲଡିଂ ବାହାରେ ଶପଥ ଗ୍ରହଣ କରିବେ। ଏହାସହିତ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରୁଥିବା ଯୋଜନାକାରୀମାନେ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ ଏହି ଐତିହାସିକ ପାରମ୍ପରିକ ସମାରୋହକୁ କୋଭିଡ୍‌-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ପାଳନ କରାଯିବ। ଏ ନେଇ ଜାନୁଆରୀ ୨୦, ୨୦୨୧ରେ ହେବାକୁ ଥିବା ଏହି ସମାରୋହ ପାଇଁ ବାଇଡେନ୍‌ଙ୍କ ଦଳ ପକ୍ଷରୁ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି।

ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଅଂଶଗ୍ରହଣ କରିବା ନେଇ କୌଣସି ନିଶ୍ଚିତତା ନଥିବା ଜଣାପଡ଼ିଛି। ବ୍ୟାପକ ଭୋଟର ଠକେଇର ଦାବି ଜାରି ରଖିଥିବା ରାଷ୍ଟ୍ରପତି ଏବଂ ତଥା ପୂର୍ବତନ ହ୍ୱାଇଟ୍‌ ହାଉସର ସହାୟକମାନେ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.