ଲକ୍ଷ୍ନୌ: ୟୁପି ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି୨ ଲକ୍ଷ ଶାଢ଼ୀ ବାଂଟିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିବ । ଏହା ସହିତ ଜୋ ରାମ କୋ ଲାୟେ ହମ ଉନକୋ ଲାଂଏଗେ ସ୍ଲୋଗାନ ଲେଖା ଯାଇଛି । ଗତ ନିର୍ବାଚନରେ ବିଜେପି ପକ୍ଷରୁ ଏ ଭଳି କିଛି ଉଦ୍ୟମ କରାଯାଇ ନ ଥିଲା । ଲକ୍ଷ୍ନୌ, କାନପୁର, ଗୋରଖପୁର ଓ ବାରାଣାସୀ ପାଇଁ ୫୦ ହଜାର ଶାଢ଼ୀ ବରାଦ ଦିଆ ସରିଛି ।
ସୁରଟରେ କରୋବାର କରୁଥିବା ଗୋରଖପୁର ଓ କାନପୁରର ୨ ବ୍ୟବସାୟୀ ୟୁପିର ୪୦ ଜିଲା ପାଇଁ ଶାଢ଼ୀ ବରାଦ କରିବେ । ଥ୍ରୀଡି ପ୍ରିଂଟର ଏହି ଶାଢ଼ୀରେ ବିଜେପିକୁ ସୁହାଇଲା ଭଳି ସ୍ଲୋଗାନ ଦିଆଯିବ । ଏହାର ଅନୁମାନିକ ମୂଲ୍ୟ ୨୦୦ରୁ ୫୦୦ ମଧ୍ୟରେ ରହିବ ।
Comments are closed.