Latest Odisha News

BREAKING NEWS

ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ଏତଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଖରାପ ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଜୁଏଲ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଥିଲା । ଅପମାନ ସହି ନପାରି ନେତ୍ରୀ ଜଣକ ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଘଟଣା ନେଇ ଯୁବନେତ୍ରୀ କହିଛନ୍ତି, ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ମହିଳାଙ୍କୁ ଇଜ୍ଜତ ଦେବା ଶିଖି ନାହାନ୍ତି । ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଛନ୍ତି ଜୁଏଲ୍ ।

ପୂର୍ବରୁ ମଧ୍ୟ ଜୁଏଲ ମହିଳାଙ୍କୁ ଅସଦାଚରଣ କରୁଥିବା କଥା ଶୁଣିଥିଲି । ଏବେ ନିଜ ଅଙ୍ଗେ ଲିଭାଇଛି ବୋଲି ସେ କହିଛନ୍ତି । ସାଂସଦଙ୍କ ଏଭଳି ଆଚାରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତୁରନ୍ତ କାର୍ଯ୍ୟାପନୁଷ୍ଠାନ ନେବା ସହ ବହିଷ୍କାର କରିବାକୁ ଦାବି ହୋଇଛି ।

Comments are closed, but trackbacks and pingbacks are open.