Latest Odisha News

BREAKING NEWS

ଗୁରୁପ୍ରିୟା ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତିର ତଦନ୍ତ ସିବିଆଇ କରୁ – ନିରଞ୍ଜନ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା କରିବା ସକାଶେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ କରାଯାଇଥିବା ସେତୁରେ ବ୍ୟାପକ ହେରଫେର ହୋଇଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାର ତଦନ୍ତ ସିବିଆଇ କରୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।

ଏକ ପ୍ରେସ ଗୁରୁପ୍ରିୟା ସେତୁ ଉଦଘାଟନ କରିବା ପାଇଁ ରାଜ୍ୟ ସରକାର ତରବର ହେବା ପଛରେ କି ରହସ୍ୟ ରହିଛି ତାହା ପିଏଜିଙ୍କ ପକ୍ଷରୁ ମିଳିଥିବା ରିପୋର୍ଟରୁ ଜଣାଯାଇଛି । ସିଏଜିଙ୍କ ରିପୋର୍ଟ ମିଳିବା ପରେ ଏବେ ରାଜ୍ୟସରକାରଙ୍କ ମୁଣ୍ଡବିନ୍ଧା ଆରମ୍ଭ ହେଲାଣି ବୋଲି ବିବୃତ୍ତି ପ୍ରଦାନ କରିଛନ୍ତି ନିରଞ୍ଜନ ।

ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ପାଇଁ କାହିଁକି ଆଣ୍ଠେଇ ପଡିଥିଲେ ଏବଂ ଠିକାଦାରଙ୍କୁ କିଭଳି ୭୪ କୋଟି ଟଙ୍କାର ଅହେତୁକ ଅନୁକଂପା ଦିଆଯାଇଛି, ସେ ନେଇ ପିଏଜିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଦିଆଯାଇଛି । ଏହି ସେତୁ ନିର୍ମାଣରେ ବଡଧରଣର ଦୁର୍ନୀତି ହୋଇଥିଲେ ମଧ୍ୟ ମାଲକାନଗିରିର ନିର୍ବାହୀ ଯନ୍ତ୍ରୀ ମୁହଁ ଭୁରୁଡି ଦେଖାଇ ସବୁଖର୍ଚ୍ଚ ଆଇନ ଅନୁଯାୟୀ ହୋଇଛି ବୋଲି କହିଥିବା ପିଏଜି, ସେକ୍ଟର-୨ ପୁରୀ ଶାଖା (ଅର୍ଥନୈତିକ ଓ ରାଜସ୍ୱ କ୍ଷେତ୍ର ଅଡିଟ) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୨୬ ତାରିଖରେ ବିଚ୍ଛିନ୍ନାଂଚଳକୁ ସଂଯୋଗ କରିବା ସକାଶେ ଉଦ୍ଘାଟିତ ହୋଇଥିବା ଗୁରୁପ୍ରିୟା ସେତୁରେ ସରକାର ଠିକାଦାର କଂପାନୀକୁ ଅହେତୁକ ଅନୁକଂପା ଦେଖାଇଛନ୍ତି ବୋଲି ସିଏଜି ଦର୍ଶାଇଛନ୍ତି ।

ପିସିସି ସଭାପତି ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ମାଲକାନଗିରି ନିର୍ବାହୀ ଯନ୍ତ୍ରୀଙ୍କ ସଫେଇ ହେଉଛି ଯାହା ଅର୍ଥ ଖର୍ଚ୍ଚ ହୋଇଛି ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ହୋଇଛି । ତେବେ ଏହାର ପୂର୍ଣ୍ଣାଙ୍ଗ ତଥ୍ୟ ଅଗଷ୍ଟ ୧୫ ତାରିଖ ପୂର୍ବରୁ ପିଏଜିଙ୍କୁ ପ୍ରଦାନ କରିବାକୁ ଶ୍ରୀ ଶ୍ରୀଧର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ବିକାଶର କଥା କହି ଦୁର୍ନୀତି କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିବାକୁ ଏହି ଘଟଣାର ସିବିଆଇ ତଦନ୍ତ କରାଇବାକୁ ଶ୍ରୀ ପଟ୍ଟନାୟକ ଦୃଢ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.