Latest Odisha News

BREAKING NEWS

ଶାସକ ବିଜେଡି ତଥ୍ୟ ନଦେଖି ଉଜ୍ଜଳା ସଂଯୋଗ ସମ୍ପର୍କରେ ଭିତ୍ତିହୀନ ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ବିଜେପି

ଭୁବନେଶ୍ୱର : ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ କରିବା ଲାଗି ସାରା ଦେଶରେ ଏହି ଯୋଜନା ମାଧ୍ୟମରେ ୫ କୋଟିରୁ ଉଦ୍ଧ୍ୱର୍ ମହିଳା ଉପକୃତ ହୋଇଛନ୍ତି । ଏହି ଯୋଜନା ସାରା ବିଶ୍ୱରେ ଆଦୃତ ହୋଇଥିବା ବେଳେ ଶାସକ ବିଜେଡି ରାଜ୍ୟରେ ତଥ୍ୟ ନଦେଖି କେବଳ ହୀନ ରାଜନୀତି କରି ଭିତିହୀନ ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ଗ୍ୟାସ ସିଲିଣ୍ଡର ନେବାର ଦୁଇ ତିନି ଦିନ ମଧ୍ୟରେ ହିତାଧିକାରୀର ବ୍ୟାଙ୍କ ଖାତାକୁ ସବସିଡି ଅର୍ଥ ଆସିଥାଏ । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ଦୀର୍ଘ ୬୭ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଏଲପିଜି ଉପଭୋକ୍ତା ସଂଖ୍ୟାା ମାତ୍ର ୨୦ ଲକ୍ଷ ଥିଲା ବେଳେ ଏବେ ଗତ ୪୮ ମାସରେ ତାହା ୬୯ ଲକ୍ଷ ୨୪ ହଜାରରେ ପହଂଚିଛି । ଜୁନ୍ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ କରାଇଥିଲେ । ଏହାପରେ ରାଜ୍ୟରେ ୨୫ ମାସରେ ୩୦ ଲକ୍ଷ ଉପଭୋକ୍ତାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ଯଦି ଶାସକ ବିଜେଡି ପାଖରେ ତଥ୍ୟ ନାହିଁ ତେବେ ଏଲପିଜି ୱେବସାଇଟକୁ ଯାଇ ସମସ୍ତ ହିତାଧିକାରୀଙ୍କ ନାଁ ଦେଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

୪ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରବେଶ କଲା ପରେ ତାଙ୍କର ଏକମାକ୍ର ସଂକଳ୍ପ ଥିଲା କି, ଭାରତବର୍ଷରେ କୌଣସି ମା ଭଉଣୀଙ୍କ ଆଖିରେ ଆଉ ଲୁହ ବୋହିବାକୁ ଦେବେ ନାହିଁ । କାଠ ଚୁଲି ଫୁଙ୍କି ଯେଉଁ ଗରିବ ମା ଓ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଦାୟୀତ୍ୱ ଦେଇଛନ୍ତି, ସେହି ଭାରତବର୍ଷର କୋଟି କୋଟି ମା ମାନଙ୍କ ଲୁହ ପୋଛିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତିଶୃତି ବଦ୍ଧ । ଉଜ୍ଜଳା ଯୋଜନାର ସଫଳ ରୂପାୟନର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇ ସମଗ୍ର ବିଶ୍ୱରେ ବିଭିନ୍ନ ସଂସ୍ଥା ଦ୍ୱାରା ଆଦୃତ କରାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଜେଡି ସାଂସଦ ପ୍ରତାପ ଦେବ ବିଷୟ ବସ୍ତୁକୁ ଅନୁଧ୍ୟାନ ନକରି ଆଜି ଉଜ୍ଜଳା ଯୋଜନା ସଂପର୍କରେ ଭିତିହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଉଜ୍ଜଳା ଯୋଜନାରେ ଭାରତର ୫ କୋଟି ହିତାଧିକାରୀ ମହିଳା ସାମିଲ ହୋଇଛନ୍ତି । ଯେଉଁ ଯୋଜନାକୁ ସାରା ବିଶ୍ୱରେ ‘ବ୍ଲୁ ଫ୍ଲେମ’ ଅର୍ଥାତ୍ ‘ନୀଳଶିଖା’ ବିପ୍ଲବ ଭାବେ ପ୍ରଶଂସା କରାଯାଉଛି ସେହି ସମୟରେ ଅସହିଷ୍ଣୁ ବିଜେଡି ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀସାମନ୍ତସିଂହାର ଏବଂ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.