Latest Odisha News

BREAKING NEWS

‘ସର୍ଫରୋସ୍’ ସିକ୍ୱେଲ୍ ରେ ନଜର ଆସିବେ ଜନ୍ ଆବ୍ରାହମ୍

ମୁମ୍ବାଇ : ଏବେ ବଲିଉଡରେ ବାୟୋପିକ୍ ଓ ସିକ୍ୱେଲ୍ ଫିଲ୍ମ ନିର୍ମାଣ ଏକପ୍ରକାର ଟ୍ରେଣ୍ଡ ପାଲଟି ଗଲାଣି । ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ୍ ନିର୍ମାଣ ହେବା ନେଇ କିଛି ଖବର ଶୁଣିବାକୁ ମିଳୁଛି । ଜନ୍ ମାଥ୍ୟୁ ମଥାନଙ୍କ ନିର୍ଦ୍ଦେଶିତ ‘ସର୍ଫୋରସ୍’ ଫିଲ୍ମର ସିକ୍ୱେଲ୍ ନେଇ ଖୁଲାସା କରିଛନ୍ତି ନିଜେ ମାଥ୍ୟୁ ।

‘ସର୍ଫରୋସ୍’ ଏକ ଆକ୍ସନ-ଡ୍ରାମା ଫିଲ୍ମ ଥିଲା, ଏଥିରେ ଅମିର ଖାନ, ନସିରୁଦ୍ଦିନ୍ ଶାହା ଓ ସୋନାଲୀ ବେନ୍ଦ୍ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଏହାର ସିକ୍ୱେଲରେ ଅମିରଙ୍କ ଭୂମିକାକୁ ଜନ୍ ଆବ୍ରାହମ୍ ହାତେଇ ନେଇଯାଇଥିବା ବେଳେ ସୋନାଲୀଙ୍କ ସ୍ଥାନ କିଏ ନେବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଜନ ଆବ୍ରାହାମଙ୍କୁ ଏବେ କିଛିଦିନ ହେଲା ଦେଶଭକ୍ତି ଫିଲ୍ମରେ ଦେଖିବାକୁ ମିଳୁଛି । ‘ପରମାଣୁ ଦ ଷ୍ଟୋରି ଅଫ୍ ପୋଖରନ୍’ ପରେ ସେ ଏବେ ‘ସତ୍ୟମେବ ଜୟତେ’ ରେ ମଧ୍ୟ କାମ କରୁଛନ୍ତି । ‘ସତ୍ୟମେବ ଜୟତେ’ ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବାବେଳେ ‘ସର୍ଫୋରସ୍ ୨’ ର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଜେ ମାଥ୍ୟୁ ଓ ଜନ୍ ଆବ୍ରାହମ ।

Leave A Reply

Your email address will not be published.