Latest Odisha News

BREAKING NEWS

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଟାଟା ପାୱାର ପକ୍ଷରୁ ବିଜୁଳି ବିଲ୍ ଆଦାୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହାସହ ନୂଆ ମିଟର ବସାଇ ମନଇଚ୍ଛା ବିଦ୍ୟୁତ ବିଲ୍ ଆଦାୟ କରାଯାଉଥିବା ଅଭିଯୋଗ କରିଛି ବିଜେପି ।

ସେହିପରି ୟୁଜର୍ସ ଫି ଆଦାୟ ନାଁରେ ସ୍ଥାନୀୟ ଜନସାଧାରଣଙ୍କୁ ପୌର ପ୍ରଶାସନ ପକ୍ଷରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସମସ୍ୟାର ସମାଧାନ ପାଇଁ ବିଜେପି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତେବେ ୟୁଜର୍ସ ଫି ଆଦାୟ ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ଜିଲ୍ଲା ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଟାଟା ପାୱାର କର୍ତ୍ତୃପକ୍ଷ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.