Latest Odisha News

BREAKING NEWS

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ।

ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ। ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ନୋମିନେସନ୍ ଭରିଥିଲେ।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ। ପ୍ରଥମେ ୧୯୯୯ରୁ ୨୦୦୦, ୨୦୦୦ରୁ ୨୦୦୪, ୨୦୨୩ରେ ରାଜ୍ୟ ସଭାପତି ପଦରେ ସେ ରହିଥିଲେ। ଆଉ ଏବେ ୨୦୨୫ରେ ନିର୍ଦ୍ବନ୍ଦ୍ବରେ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୩ ବର୍ଷ ପାଇଁ ମନମୋହନ ସାମଲଙ୍କ କାର୍ଯ୍ୟକାଳ ରହିବ । ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ । ଆଗରୁ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସମେତ ରାଜ୍ୟସଭା ସାଂସଦ ରହିସାରିଛନ୍ତି।

Comments are closed.