Latest Odisha News

BREAKING NEWS

ଦଳୀୟ ସାଂସଦଙ୍କ ‘ସମ୍ବିଧାନ ବଦଳାଯାଇପାରିବ’ ମନ୍ତବ୍ୟରୁ ଦୂରେଇ ରହିଲା ବିଜେପି, ମାଗିଲା ସ୍ପଷ୍ଟୀକରଣ

ବେଙ୍ଗାଲୁରୁ: କଂଗ୍ରେସ ହିନ୍ଦୁ ସମାଜକୁ ଦମନ କରିବାକୁ ଯାଇ ଏକ ଆଇନ୍ ଆଣିଛି। ହେଲେ ଏହା ବଦଳାଇ ହେବ। ଯଦି ବିଜେପି ଉଭୟ କେନ୍ଦ୍ରରେ ଏବଂ ରାଜ୍ୟରେ ଦୁଇ ତୃତୀୟାଂଶ ଭୋଟ୍ ଲାଭ କରିବ। ତାହେଲେ ସମ୍ବିଧାନ ପରିବର୍ତ୍ତନ ହୋଇପାରେ ବୋଲି ଦଳୀୟ ସାଂସଦ ଅନନ୍ତ କୁମାର ହେଗଡେ ଦେଇଛନ୍ତି। ଏବେ ଏହାକୁ ନେଇ ବିବାଦ ବଢିବା ପରେ ଦଳ ସାଂସଦଙ୍କ ମନ୍ତବ୍ୟର ଜବାବ ଦେଇ କହିଛି ଯେ ସାଂସଦଙ୍କ ବୟାନ ଦଳର ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ। କର୍ଣ୍ଣାଟକ ସାଂସଦଙ୍କୁ ତାଙ୍କ ମନ୍ତବ୍ୟର ସ୍ପଷ୍ଟୀକରଣ ଦେବାକୁ କହିବ ବୋଲି ଦଳ କହିଛି।

ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ହିନ୍ଦୁ ସମାଜକୁ ଦମନ କରିବା ଉଦ୍ଦେଶ୍ୟରେ ଆଇନ ଆଣିଛି ଏବଂ ଯଦି ତାଙ୍କ ଦଳର ସଂଖ୍ୟାଗରିଷ୍ଠତା ଅଛି ତେବେ ଏହାକୁ ପରିବର୍ତ୍ତନ କରାଯାଇପାରେ ।

ହେଗଡେଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ଦଳୀୟ ନେତା ରାହୁଲ ଗାନ୍ଧି ଦାବି କରିଥିଲେ ଯେ ସାଂସଦଙ୍କ ବୟାନ “ନରେନ୍ଦ୍ର ମୋଦୀ ଏବଂ ତାଙ୍କ ‘ସଂଘ ପରିବାର’ର ଲୁକ୍କାୟିତ ଉଦ୍ଦେଶ୍ୟର ଏକ ସାର୍ବଜନୀନ ଘୋଷଣା”।

କଂଗ୍ରେସ ନେତା ଜୟରାମ ରମେଶ ଆହୁରି ମଧ୍ୟ କହିଛନ୍ତି ଯେ ହେଗଡେଙ୍କ ମନ୍ତବ୍ୟ ମୋଦୀ-ଆରଏସଏସର ଏକଛତ୍ରବାଦ ଲାଗୁ କରିବାର ଘୃଣ୍ୟ ଏଜେଣ୍ଡାକୁ ପଦାରେ ପକାଇଛି।

ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ହେଗଡେ କହିଥିଲେ ଯେ ଲୋକମାନେ କହୁଛନ୍ତି ସମ୍ବିଧାନରେ ଧର୍ମନିରପେକ୍ଷ ଶବ୍ଦ ଅଛି ଏବଂ ଏହାକୁ ଗ୍ରହଣ କରାଯିବା ଉଚିତ, କିନ୍ତୁ ସମ୍ବିଧାନକୁ ପରିବର୍ତ୍ତନ କରାଯାଇପାରିବ। ସେହି ଭାଷଣରେ ହେଗଡେ ‘ଧର୍ମନିରପେକ୍ଷତାବାଦୀ’ଙ୍କୁ ମଧ୍ୟ ଉପହାସ କରିଥିଲେ ଏବଂ କହିଥିଲେ ଯେ ସେମାନେ ସେମାନଙ୍କ ପିତାମାତାଙ୍କ ବିଷୟରେ ଅଜ୍ଞ।

Comments are closed.