Latest Odisha News

BREAKING NEWS

ଆସିଲା ଦିଲ୍ଲୀ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ଆଲୋଚନା, ସମାଲୋଚନା ପରେ ଆଜି ପରିଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢ଼ିବେ । ସେହିପରି ବିଜେପି ବରିଷ୍ଠ ନେତା ରମେଶ ବିଧୁରୀ କାଲକାଜିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନଙ୍କ ବିରୋଧରେ ଲଢିବାକୁ ଟିକେଟ ଦେଇଛି ବିଜେପି ।

ତେବେ ସବୁଠୁ ବଡ କଥା ହେଉଛି ପ୍ରବେଶ ବର୍ମା ହେୁଛନ୍ତି ସେହି ବ୍ୟକ୍ତି ଯାହାଙ୍କ ନାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣିଥିଲା ଆପ୍ । ଆଉ ବିଜେପି ତାଙ୍କୁ ହିଁ ଅରବିନ୍ଦଙ୍କ ବିପକ୍ଷରେ ଛିଡା କରି ଏକ ବଡ ମାଷ୍ଟ୍ରରଷ୍ଟ୍ରୋକ୍ ଖେଳିଛି । ଯାହା ଏବେ ସମ୍ମାନଜନକ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ଏକ ରୋଚକ ଲଢେଇର ବାର୍ତ୍ତା ଦେଇଛି । ସେପଟେ ଏହି ଆସନ ପାଇଁ କଂଗ୍ରେସ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କ ନାଁ ଘୋଷଣା କରିଛି । ତେବେ ଦେଖାଯାଉ କାହାର ପଲଡା ଭାରି ରହୁଛି ।

ଅନ୍ୟପଟେ ଆପ ଉପରେ ଗତବର୍ଷ ଅସନ୍ତୋଷ ଝାଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ରାଜ କୁମାର ଆନନ୍ଦ ଏବଂ କୈଳାସ ଗେହଲଟଙ୍କୁ ମଧ୍ୟ ଟିକେଟ ମିଳିଛି । ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ତଥାର ଆପର ଜଣେ ଟାଣୁଆ ନେତା ଥିବା କୈଳାସ ଗେହଲଟଙ୍କୁ ବିଜଓ୍ବାସନରୁ ଟିକେଟ ଦେଇଛି ବିଜେପି । ସେହିପରି କାରୋଲବାଗ୍‌ରେ ଦୁଶ୍ୟନ୍ତ ଗୌତମ, ରଜୌରୀରୁ ମଞ୍ଜିନ୍ଦର ଶିର୍ଶା ପ୍ରାର୍ଥୀ ଗାନ୍ଧିନଗରରୁ ଅରବିନ୍ଦର ଲଭ୍‌ଲିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

Comments are closed.