ଦିଶପୁର: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ଲିଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩ ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ଶାହ ବିଜେପି ପକ୍ଷରୁ ବରଦୋୱାଲୀରୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି। ୬୦ ଆସନରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବାକି ୧୨ ଜଣ ପ୍ରାର୍ଥୀଙ୍କ ନାଁ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ବିଜେପି କହିଛି।
ବିପ୍ଳବ ଯେଉଁ ବନମାଳିପୁର ଆସନରୁ ନିର୍ବାଚନ ଲଢ଼ୁଥିଲେ ସେହି ଆସନ ପାଇଁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚନ ଲଢ଼ିବେ ବୋଲି ତାଲିକାରେ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ଧନପୁର ଆସନରୁ ପ୍ରାର୍ଥୀ କରାଯାଇଛି।
ତ୍ରିପୁରା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଦୁଇ ମସ୍ଲିମ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ବକ୍ସର ନଗରରୁ ତଫ୍ଫଜଲ ହୁସେନ ଓ କୈଲାସହରରୁ ମୋହମ୍ମଦ ମୋବେଶରକୁ ପ୍ରାର୍ଥୀ କରିଛି ଦଳ।
ଶନିବାର ଦଳର ନେତା ଅନୀଲ ବଲୁନୀ ଓ ସମ୍ବିତ ପାତ୍ର ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଦଳ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ତାଲିକା ଜାରି କରି କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ବଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ମୁଖ୍ୟ ଜେପି ନଡ୍ଡା ଦଳ ମୁଖ୍ୟାଳୟରେ ବୈଠକ କରିଥିଲେ। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ବସିବା ପରେ ସେଠାରେ ହିଁ ତ୍ରିପୁରା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ନେଇ ନିଷ୍ପତ୍ତି ହୋଇଥିଲା।
ଜାନୁଆରୀ ୧୮ ତାରିଖରେ ୬୦ ବିଧାନସଭା ଆସନ ବିଶିଷ୍ଟ ତ୍ରିପୁରା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ୧୬ ଫେବ୍ରୁଆରୀ ତାରିଖରେ ନିର୍ବାଚନ ହେବ ବୋଲି ଇଲେକ୍ସନ କମିଶନ କହିଥିଲେ। ଭୋଟିଂ ସରିବା ପରେ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି କମିଶନ ଘୋଷଣା କରିଥିଲେ।
ସୂଚନା ଥାଉକି ତ୍ରିପୁରା ନିର୍ବାଚନ ପାଇଁ ଜାନୁଆରୀ ୨୧ ତାରିଖରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ଅନୁସାରେ ଜାନୁଆରୀ ୩୦ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଫେବ୍ରୁଆରୀ ୨ ସୁଧା ନାମାନଙ୍କନ ପ୍ରତ୍ୟାହାର ହୋଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।
ତ୍ରିପୁରାରେ ବିଜେପି ସ୍ଥିତି
ଚଳିଥ ଥର ବିଜେପିକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିପାରେ। ସୂଚନା ଥାଉକି ୨୦୨୨ରେ ବିଜେପି ବିପ୍ଳବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମାଣିକ ସାହଙ୍କୁ ଏହି ଦାୟିତ୍ୱ ଦେଇଥିଲା। ବିଜେପିର ଏହି ଚାଲ୍ କେତେ ସଫଳ ହୋଇଛି ତାହା ଚଳିତ ନିର୍ବାଚନରୁ ସ୍ପଷ୍ଟ ହେବ।
Comments are closed.