Latest Odisha News

BREAKING NEWS

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି ଚାଲିଯିବ ଏହା ହୁଏ ତ କେହି କେବେ ଭାବିନଥିବେ ।

ଏମିତି ଘଟଣା ଘଟିଛି ଗୁଗଲରେ ରିକ୍ରୁଟର ଭାବରେ କାମ କରୁଥିବା ଡାନ୍ ଲାନିଗାନ ରାୟାନଙ୍କ ସହ। ଘଟଣା ଦିନ ସେ ଜଣେ ପ୍ରାର୍ଥୀଙ୍କ ଇଣ୍ଟରଭିୟୁ ନେଉଥିଲେ । କେତେ ଦରମା ଚାହୁଁଛନ୍ତି, କ’ଣ କ’ଣ କମ୍ପାନୀର ସୁଖ ସୁବିଧା ରହିଛି, ସେ ସଂପର୍କରେ ପିଲାଙ୍କୁ ଜଣାଉଥିଲେ । ହେଲେ ହଠାତ ତାଙ୍କର ସମସ୍ତ ସିଷ୍ଟମରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତା’ପରେ ସେ କମ୍ପାନୀର ଅନ୍ୟ ଏକ ୱେବସାଇଟରେ ଲଗ୍ ଇନ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ବି ସେ ବିଫଳ ହୋଇଥିଲେ ।

ଏହା ଯେ କେବଳ ଡାନ୍ ଲାନିଗାନ ରାୟାନଙ୍କ ସହ ହୋଇଥିଲା ତାହା ନୁହେଁ ତାଙ୍କ ଟିମର ଅନେକ କର୍ମଚାରୀ ଏପରି ସମସ୍ୟା ଭୋଗିବାକୁ ପଡିଥିଲା । ପରେ ମ୍ୟାନେଜର୍‌ଙ୍କୁ ଏସମ୍ପର୍କରେ ଜଣାଇବା ପରେ ଯାନ୍ତ୍ରିକ ସମସ୍ୟା କହି କଥାକୁ ଭୁଲାଇ ଦେଇଥିଲେ । ହେଲେ ସମସ୍ତଙ୍କୁ ଏଇ-ଇମେଲ ମାଧ୍ୟମରେ ଚାକିରିରୁ ବାହାର କରାଯାଇଥିବା ଜଣା ପଡିଥିଲା । ପ୍ରଥମେ କମ୍ପାନୀ ପକ୍ଷରୁ ବାହାର କରାଯାଇଥିବା କର୍ମଚାରୀଙ୍କ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିଲା ।

ରାୟାନ୍ ଚାକିରି ହରାଇବା ପରେ ଲିଙ୍କଡଇନରେ ଏସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଗୁଗୁଲ ହେଉଛି ତାଙ୍କର ସ୍ୱପ୍ନର କମ୍ପାନୀ । ବର୍ଷେ ପୂର୍ବେ ସେ ଗୁଗୁଲରୁ ଚାକିରି ଅଫର ପାଇବା ପରେ ଖୁବ୍ ଖୁସି ହୋଇଥିଲେ । ହେଲେ ସେତେବେଳେ ସେ ଜାଣି ନଥିଲେ ସେହି ଖୁସି ତାଙ୍କର ବେଶୀ ଦିନ ରହିବ ନାହିଁ । କିଛି ମାସ ପରେ ତାଙ୍କର ଦରମା ବଢ଼ିବ ବୋଲି ମ୍ୟାନେଜର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ଟଙ୍କା କ’ଣ ବଢ଼ିବ, ତାଙ୍କ ପାଖରେ ଚାକିରି ହିଁ ନାହିଁ ।

Leave A Reply

Your email address will not be published.