ମୁମ୍ବାଇ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ମଇଦାନରେ ନିଜର ପାଓ୍ବାର ଶୋ କରୁଛନ୍ତି ବିଭିନ୍ନ ଦଳ । ଗୋଟେ ପଟେ ଭାଇ ଭାଇ ଲଢେଇ ଏଥରର ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ରୋଚକ କରିଥିଲା ବେଳେ ବିଜେପି ମଧ୍ୟ ଭୋଟରଙ୍କୁ ନିଜ ଆଡକୁ ଢଳିବାକୁ ଥୋପ ଫିଙ୍ଗିସାରିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ତାର ସଂକଳ୍ପ ପତ୍ର ଜାରି । ଆଜି ମୁମ୍ବାଇରେ ସଂକଳ୍ପ ପତ୍ର ଜାରି କରି ମହାରାଷ୍ଟ୍ରବାସୀଙ୍କ ଆଗରେ ପ୍ରତିଶ୍ରୁତିର ପେଡି ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ବିଜେପି ସଂକଳ୍ପ ପତ୍ରରେ ମହିଳା, ଚାଷୀ ଓ ଯୁବକଙ୍କୁ ବେଶୀ ଫୋକସ୍ କରାଯାଇଛି । କୃଷକଙ୍କୁ ଋଣ ଛାଡ଼ ସହ ମହିଳାଙ୍କୁ ପ୍ରତିମାସରେ ୨୧୦୦ଟଙ୍କା ପ୍ରତିଶ୍ରୁତିକୁ ୨୫ ଲକ୍ଷ ଚାକିରି ପାଇଁ ସଂକଳ୍ପ ପତ୍ରରେ ଘୋଷଣା କରିଛି ବିଜେପି ।
ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ମହାରାଷ୍ଟ୍ର ପାଇଁ ବିଜେପିର ସଂକଳ୍ପ ପତ୍ର ଜାରି କରିଛନ୍ତି । ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି, ରାଜ୍ୟରେ ଏଆଇ ଟ୍ରେନିଂ ହବ୍ ଆମେ ତିଆରି କରିବୁ । ସମସ୍ତ ସ୍କୁଲ ଏବଂ କଲେଜରେ ଏହି ଟ୍ରେନିଂ ଦିଆଯିବ । ଯୁବକଙ୍କ ପାଇଁ ୨୫ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବ । ବରିଷ୍ଠ ନାଗରିକଙ୍କ ପେନସନ ୧୫୦୦ରୁ ୨୧୦୦ କରାହେବ । ଫିନ୍ ଟେକା ଏବଂ ଏରୋନାଟିକ୍ସ ଉପରେ ବେଶୀ ଫୋକସ୍ କରିବେ ସରକାର । ଯାହାଦ୍ବାରା ଯୁବବର୍ଗଙ୍କୁ ବେଶୀ ସୁଯୋଗ ମିଳିବ । ତେବେ ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ପ୍ରଦେଶ ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାଓ୍ବନକୁଲେ, ମୁମ୍ବାଇ ବିଜେପି ଅଧ୍ୟକ୍ଷ ଆଶିଷ ସୋଲାର, କେନ୍ଦ୍ରୀୟ ମନ୍ତ୍ରୀ ପିୟୂଷ ଗୋୟେଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
କ’ଣ ପ୍ରତିଶ୍ରୁତି ଦେଲା ବିଜେପି?
- ବୃଦ୍ଧାବସ୍ଥା ପେନସନ ୨୧୦୦ ଟଙ୍କା
- ସରକାର ଆସିବାର ୧୦୦ ଦିନ ଭିତରେ ବିଜନ ମହାରାଷ୍ଟ୍ର@୨୦୨୯ ଜମା କରିବାର ପ୍ରତିଶ୍ରୁତି
- ଅଙ୍ଗନବାଡି ଏବଂ ଆଶା କର୍ମୀଙ୍କୁ ୧୫ ହଜାର ଦରମା ଏବଂ ବୀମା ପ୍ରତିଶ୍ରୁତି
- ୨୫ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି
- ୧୦ ଲକ୍ଷ ଛାତ୍ରଙ୍କୁ ୧୦ ହାଜର ଟଙ୍କାର ଟ୍ୟୁସନ ଫି
- ଲଡକି ବେହନ ଯୋଜନାରେ ଝିଅଙ୍କୁ ୨୧୦୦ ଟଙ୍କା ପ୍ରଦାନ
- କୃଷକଙ୍କୁ ଋଣ ଛାଡ
- ଆର୍ଥିକ ସହାୟତା ଯୋଜନା ୧୫୦୦ ଟଙ୍କାରୁ ୨୧୦୦ କୁ ବୃଦ୍ଧି
- ମେକ ଇନ୍ ମହାରାଷ୍ଟ୍ର ପାଇଁ ପ୍ରୟାସ ୫୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଇତ୍ୟାଦି….
Comments are closed.