Latest Odisha News

ଜମ୍ମୁ କଶ୍ମୀର ନିର୍ବାଚନ: ଷଷ୍ଠ ତାଲିକା ଜାରି କଲା ବିଜେପି

ଶ୍ରୀନଗର: ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ଆଜି ଷଷ୍ଠ ତାଲିକା ଜାରି କଲା ବିଜେପି । ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ବିଜେପି ଦ୍ୱାରା ପ୍ରକାଶିତ ଏହି ତାଲିକାରେ ପାଞ୍ଚଜଣ ମୁସଲମାନ ପ୍ରାର୍ଥୀ ଅଛନ୍ତି ।

ତେବେ ଜମ୍ମୁ କଶ୍ମୀରର ସବୁଠାରୁ ଚର୍ଚ୍ଚିତ ଆସନ କାଠୁଆରୁ ବିଜେପି ଡକ୍ଟର ଭରତ ଭୂଷଣଙ୍କୁ ପ୍ରାର୍ଥୀ କରିଛି । ସେହିପରି ମୁସଲିମ ପ୍ରାର୍ଥୀଙ୍କ ମଧ୍ୟରେ ଦଳ କର୍ନାହ ଆସନରୁ ମହମ୍ମଦ ଇଦରିସ୍ କର୍ନାହି, ହ୍ୟାଣ୍ଡୱାରା ଆସନରୁ ଗୁଲାମ ମହମ୍ମଦ ମୀର, ବାନ୍ଦିପୋରା ଆସନରୁ ନାସିର ଅହମ୍ମଦ ଲୋନ, ସୋନାୱାରୀ ଆସନରୁ ଅବଦୁଲ ରସିଦ ଖାନ ଏବଂ ଗୁରେଜ ଆସନରୁ ଫକିର ମହମ୍ମଦ ଖାନଙ୍କୁ ଦଳ ଟିକେଟ୍ ଦେଇଛି ।

ଏହା ପୂର୍ବରୁ ୫ଟି ତାଲିକା ପ୍ରକାଶ କରିସାରିଛି । ତେବେ ଦଳ ଜାରି କରିଥିବା ପ୍ରତ୍ୟେକ ତାଲିକା ପରେ ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାର ଦେଖିବା ପାଇଁ ମିଳିଥିଲା । ବହୁ ବରିଷ୍ଠ ନେତା ଟିକେଟ୍ ନ ପାଇବାରୁ ଅସନ୍ତୋଷ ଅଛନ୍ତି । କ୍ରମାଗତ ଭାବରେ ବିରୋଧ ଚାଲିଛି ।

Comments are closed.