Latest Odisha News

ବିଜେପି ସହ ମିଶି ସରକାର ଗଢିବା ‘ଏନସିପି’ର ନିଷ୍ପତ୍ତି ନୁହେଁ: : ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି-ଏନସିପି ମେଣ୍ଟରେ ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର । ତେବେ ଏହି ପରିପେକ୍ଷିରେ ଏନସିପି ମୁଖ୍ୟ ଶରଦ ପାୱାର ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ । ଶରଦ କହିଛନ୍ତି ଯେ, ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର ନିଷ୍ପତ୍ତି ନୁହେଁ ବୋଲି । ସେ ଏକଥା ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ଏସଂପର୍କରେ ଶରଦ ପାୱାର ଦିନ ୧୧ଟା ସମୟରେ ସାମ୍ବାଦିକ ସମ୍ମିଳନୀରେ କହିବେ ବୋଲି ମଧ୍ୟ ଜଣାପଡିଛି।

ସୂଚନାଯୋଗ୍ୟ, ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ୍ ଶପଥ ଗ୍ରହଣ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି ।

“ଲୋକେ ଆମକୁ ସ୍ପଷ୍ଟ ମତ ଦେଇଥିଲେ, କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ ଶିବ ସେନା ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଉଦ୍ୟମ କରିବା ଫଳରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା” ବୋଲି କହିଛନ୍ତି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାଭିସ୍ ।

ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହାଣ କରିଥିବା ଏନସିପିର ଅଜିତ ପାୱାର କହିଛନ୍ତି ଯେ, “ଚାଷୀମାନଙ୍କ ସମସ୍ୟାର ସମାଧାନଲାଗି ଆମେ ବିଜେପି ସହ ଆସିଛୁ”।

Leave A Reply

Your email address will not be published.