Latest Odisha News

ଅଚଳ ଓ ବଳକା ଇଭିଏମ୍‌ ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ବିଜେପି

ଭୁବନେଶ୍ୱର: ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ, ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେସିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଯେଉଁ ଇଭିଏମ୍ ଗୁଡ଼ିକ ନିର୍ବାଚନ ସମୟରେ ବ୍ୟବହାର ହୋଇ ନଥିବା ଅଥବା ଅଚଳ ବୋଲି ନିର୍ବାଚନ ବେଳେ ଘୋଷଣା କରାଯାଇଥିଲା, ସେଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ଠାରୁ ଅଳ୍ପ ଦୂରରେ ରଖାଯାଇଛି । ଏହାର ସୁରକ୍ଷା ନେଇ ମନରେ ଆଶଙ୍କା ସୃଷ୍ଟି ହୋଇଥିବା କହିଛି ପ୍ରତିନିଧିମଣ୍ଡଳୀ ।

ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଛିଯେ, ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ଅନେକ ସ୍ଥାନରେ ହିସାଂକାଣ୍ଡ ଘଟିଛି । ବିଶେଷକରି ବିଜେଡିର ଗୁଣ୍ଡାମାନେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗୁଣ୍ଡାଗର୍ଦ୍ଦି କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । କେଉଁଠି ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଏପରି ଅନେକ ହିଂସାକାଣ୍ଡ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ମାତ୍ର ବିଜେଡି ଶାସକ ଦଳ ହୋଇଥିବାରୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନୀରବଦ୍ରଷ୍ଟା ସାଜିଛି । ଏଭଳିସ୍ଥିତିରେ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ନିର୍ବାଚନରେ ଅଚଳ, ବଳକା ଘୋଷଣା କରାଯାଇଥିବା ଓ ବ୍ୟବହୃତ ହୋଇ ନଥିବା ଇଭିଏମ୍‌ଗୁଡିକର ସୁରକ୍ଷା ପାଇଁ ସେଂଟ୍ରାଲ୍ ଫୋର୍ସ ନିୟୋଜିତ କରାଯାଉ । ଷ୍ଟ୍ରଙ୍ଗରୁମ୍ ବାହାରେ ସ୍ଥାନୀୟ ପୋଲିସ ବ୍ୟତୀତ ସେଂଟ୍ରାଲ ଫୋର୍ସକୁ ମଧ୍ୟ ଏହାର ତଦାରଖ ଦାୟିତ୍ୱ ଦିଆଯାଉ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ଓଡ଼ିଶାଙ୍କ ନିକଟରେ ଅନୁରୋଧ କରିଥିବା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

Comments are closed.