ମୁମ୍ବାଇ: ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ ଶୁକ୍ରବାର କହିଛନ୍ତି ଯେ, ମାର୍ଚ୍ଚ ମାସ ସୁଦ୍ଧା ମହା ବିକାଶ ଅଘାଡି ସରକାର ଭାଙ୍ଗିଯିବ । ଏହା ପରେ ବିଜେପି ସରକାର ଗଠନ କରିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦେହ ଭଲ ନ ଥିବାରୁ ତାଙ୍କ ଉପରେ ଏବେ କୌଣସି ଟିପ୍ପଣୀ କରିବି ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ପୂର୍ବରୁ ଉଦ୍ଧବଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଅବଶ୍ୟ ସେହି ଦିନ ରାତିରେ ତାଙ୍କୁ ଜାମିନ ମିଳି ଯାଇଥିଲା । ଶିବସେନା ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବା ପରେ ଏନସିପି ଓ କଂଗ୍ରେସ ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ ।
Comments are closed.