Latest Odisha News

BREAKING NEWS

[ଭିଡିଓ] ଚର୍ଚ୍ଚାରେ ପୋଲିସ ଅଧିକାରୀ ବିଶାଲ ପଟେଲ୍‌

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ପୋଲିସ ଓ ପବ୍ଲିକ ମଧ୍ୟରେ ସେତେଟା ବନ୍ଧୁତାପୂର୍ଣ୍ଣ ସମ୍ପର୍କ ନାହିଁ । ପୋଲିସ ଉପରେ ରାଜନୈତିକ ଚାପ ହେଉ ଅବା ଅଯୋଗ୍ୟ ଅଧିକାରୀଙ୍କ ଶାସନ ନିଶା । ଅନେକ ସମୟରେ ପୋଲିସଙ୍କ ବିରୋଧରେ ଆସିଥାଏ ସାଧାରଣ ଜନତାଙ୍କ ଅଭିଯୋଗ । ହେଲେ ଜଣେ ପୋଲିସ ଅଧିକାରୀଙ୍କୁ ସାଧାରଣ ଲୋକଙ୍କ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା କିଛି ଭିନ୍ନ ବୟାନ କରିଛି ।

ଗୁଜରାଟର ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ବିଦାୟ ସମ୍ବର୍ଦ୍ଧନାର ଭିଡିଓଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ପୋଲିସ ଅଧିକାରୀଙ୍କ ପରିଚୟ ହେଉଛି ବିଶାଲ ପଟେଲ । ସେ ଗୁଜରାଟର ଖେଡବ୍ରହ୍ମା ସହରରେ କାର୍ଯ୍ୟରତ ଥିଲେ । ତେବେ ଅନ୍ୟ ଏକ ଥାନାକୁ ବଦଳି ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ଉପରେ ଫୁଲ ବର୍ଷା କରି ବିଦାୟ ଦେଇଥିଲେ । ସେହି ସମୟରେ ଉଭୟ ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ଜଣକ ଭାବବିହ୍ୱଳ ହୋଇପଡିଥିଲେ ।

ଏହି ଦୃଶ୍ୟ ପୋଲିସ ଓ ସାଧାରଣ ଲୋକଙ୍କ ଭିତର ଥିବା ଗଭୀର ସମ୍ପର୍କକୁ ସ୍ପଷ୍ଟ ଭାବେ ଦର୍ଶାଇଛି । ମିଳିଥିବା ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ପୋଲିସ ଅଧିକାରୀ ପଟେଲ ଅନେକ ଲୋକଙ୍କ ଜୀବନ ରକ୍ଷା କରିଥିଲେ ।

Leave A Reply

Your email address will not be published.