Latest Odisha News

ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ଼ । ପୁଣି ଏକାଠି ଆସିବେ କି ଶିବସେନା- ବିଜେପି ? ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ତୁ ତୁ ମେଁ ମେଁ ପରେ ଭାଙ୍ଗିଥିଲା ସମ୍ପର୍କ । ଏବେ ଭାଙ୍ଗିଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି । ମହାରାଷ୍ଟ୍ରର ବିଭିନ୍ନ ଦଳ ମଧ୍ୟରେ ଚାଲିଥିବା ଗୁପ୍ତ ବୈଠକ ରାଜନୈତିକ ବାତାବରଣକୁ ଆହୁରି ସରଗରମ କରିଛି । ଶିବସେନା ଆମର କେବେ ଶତ୍ରୁ ନଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ମହାରାଷ୍ଟ୍ର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ । ତେବେ ପୂର୍ବରୁ ଅନେକ ଥର ଫଡନାବିଶ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରୁଥିବା ବେଳେ ଗତକାଲି ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା ।

BjdElectrycity

ତେବେ ଶିବସେନା ଓ ବିଜେପି ଏକାଠି ହେବେ ନା ନାହିଁ, ସେନେଇ ବିଚାର କରାଯିବ ବୋଲି କହିଛନ୍ତି ଫଡନାଭିସ । ଶିବସେନା ପ୍ରତି ଫଡନାଭିସଙ୍କ ଏଭଳି ମନ୍ତବ୍ୟ ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ ଆଣିଛି । ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ ଆମ ସାଙ୍ଗରେ ମିଶି ଶିବସେନା ନିର୍ବାଚନ ଲଢ଼ିଥିଲା । ହେଲେ ସରକାର ଗଢ଼ିବା ପାଇଁ ନିର୍ବାଚନ ବେଳର ବିରୋଧୀ ଦଳ ସହ ମିଶି ଶିବସେନା ସରକାର ଗଢ଼ିଲା । ଶିବସେନା ଆମର ପୁରୁଣା ବନ୍ଧୁ ଥିଲା । ସବୁବେଳେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଏ ବୋଲି ଫଡନାଭିସ କହିଛନ୍ତି । ସେହିପରି ଚର୍ଚ୍ଚା ହେଉଛି ଯେ, ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିବା ସହ ଦେବେନ୍ଦ୍ର ଫଡନାଭିସଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦିଲ୍ଲୀ ପଠାଇ ଦେବାକୁ ଯୋଜନା ରହିଛି । ହେଲେ ସେ ଏହାକୁ ଅସ୍ବୀକାର କରିଛନ୍ତି ।

Leave A Reply

Your email address will not be published.