Latest Odisha News

BREAKING NEWS

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମହାମାରୀ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଭ୍ୟାକ୍ସିନେସନ, ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଗୁରୁତ୍ବ ଦେଇଛନ୍ତି ।

ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖଇ ଶିଶୁଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ଲାଗି ରହିଥିବା ମୃତ୍ୟୁ ସଂଖ୍ୟାରେ ଆଉ କିଛି ଦିନ ମଧ୍ୟରେ ହ୍ରାସ ପାଇବ । ରାଜ୍ୟରେ ୪୫୦ ରୋଗୀ ଆଇସିୟୁରେ ଥିବା ବେଳେ, ୫୫ରୁ ୬୦ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ, ଚିନ୍ତା ବଢ଼ାଇଛି ଉପକୂଳ ଓଡ଼ିଶା । ତେବେ ଉପକୂଳରେ ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.