ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେୟର ନିର୍ବାଚନରେ ଆପ ବାଜିମାତ ମାରିଛି । ବିଜେପି ନିର୍ବାଚନରୁ ଓହରି ଯିବାପରେ ଆପ ପ୍ରାର୍ଥୀ ଡା.ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଏପଟେ ଆପ ବିଜୟ ଖୁସି ମନାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛି ବିଜେପି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୪୫ କୋଟି ବ୍ୟୟରେ ତାଙ୍କ ଘର ମରାମତି କରୁଥିବାରୁ କଡା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।
ପୁରା ଆଟାକିଂ ମୁଡରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଭାଜପା ଅଭିଯୋଗ କରିଛି ଯେ ନିଜ ଘରର ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଆବାସରେ ୪୫ କୋଟି ଖର୍ଚ୍ଚ କରିଛନ୍ତି । ଏ ନେଇ ନୈତିକତା ଦୃଷ୍ଟିରୁ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେ କେଜ୍ରିୱାଲଙ୍କୁ ମହାରାଜା ଆଖ୍ୟା ଦେଇ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ମହାରାଜଙ୍କ କାହାଣୀ ନ ଚଲାଇବା ପାଇଁ ମିଡିଆକୁ ପ୍ରଲୋଭନ ଦିଆଯାଇଛି।
जानें, जब दिल्ली कोरोना महामारी में ऑक्सीजन, बेड और ईलाज के लिए जुझ रहा था तो अरविंद केजरीवाल ने महल के लिए कब कितने रुपये जारी किए –
1 सितंबर 2020 – ₹7.91 करोड़
8 जून 2021 – ₹1.64 करोड़
22 अक्टूबर 2021 – ₹9.9 करोड़
30 दिसम्बर 2021 – ₹5.73 करोड़
29 जून 2022 – ₹9.34 करोड़ pic.twitter.com/jhOJ0466u9— Sambit Patra (@sambitswaraj) April 26, 2023
ଶ୍ରୀ ପାତ୍ର କହିଛନ୍ତି, କେଜ୍ରିୱାଲଙ୍କର ଏହି ରାଜକୀୟ ବିଳାସ ସାମ୍ନାକୁ ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଶ୍ରୀ ପାତ୍ର କହିଛନ୍ତି କେଜ୍ରିୱାଲଙ୍କ ୭ଟି ପରଦା ମଧ୍ୟରୁ ଗୋଟିକର ଦାମ ୭.୪୯ ଲକ୍ଷ । ସବୁଠାରୁ ଶସ୍ତା ପରଦାର ଦାମ ରହିଛି ୩.୫୭ ଲକ୍ଷ । ସେହିପରି ଭିଏତନାମରୁ ମଗାଯାଇଛି ଶଙ୍ଖ ମଲମଲ ପଥର ଯାହାର ଦାମ ୧.୧୫ କୋଟି । ଏହା ପୂର୍ବରୁ କାନ୍ଥରେ 4 କୋଟି କାଠ ଲଗାଯାଇ ମରାମତି କରାଯାଇଥିଲା ।
ବିଜେପି ମୁଖପାତ୍ର ଆହୁରି କହିଥିଲେ ଦିଲ୍ଲୀରେ କୋଭିଡ ପିକରେ ଥିବାବେଳେ ଲୋକଙ୍କୁ ଡାକ୍ତରଖାନାରେ ବେଡ ମିଳୁ ନ ଥିଲା । ଅକ୍ସଜେନ ମିଳୁ ନ ଥିଲା । ହେଲେ ସେତେବେଳେ କେଜ୍ରିୱାଲ କୋଟି କୋଟି ଟଙ୍କା ତାଙ୍କର ଘର ମରାମତିରେ ଖର୍ଚ୍ଚ କରୁଥିଲେ । ଏହାର ଗୋଟି ଗୋଟି ଗୋଟି ହିସବା ତାରିଖ ଅନୁସାରେ ଦେଇଥିଲେ ସମ୍ବିତ ପାତ୍ର ।
AAP National Gen. Secy. Org & MP @SandeepPathak04 addressing a Press Conference in Bhopal, Madhya Pradesh | LIVE https://t.co/X9lSdnLj9J
— AAP (@AamAadmiParty) April 26, 2023
ଅନ୍ୟପକ୍ଷେ ଆପର ଜେନେରାଲ ସେକ୍ରଟେରୀ ତଥା ଏମପି ସନ୍ଦୀପ ପାଠକ ଏହାକୁ ଖଣ୍ଡନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଛୋଟ ଘର ଦିଆ ଯାଇଥିଲା । ଏହି ଘର ଅତ୍ୟାନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ତେଣୁ ନୂଆ ଘର ପାଇଁ ପିଡବ୍ଲୁଡି କହିଥିଲା ଏବଂ ପିଡବ୍ଲ୍ୟୁଡି ଏହାକୁ କରୁଛି । ସାମ୍ବାଦିକ ସମ୍ମିଳନୀରେ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗାଡି, ପେନ, ଚପଲର ଦାମ ଉଠାଇ ବିଜେପିକୁ କଡ ସମାଲୋଚନା କରିଥିଲେ।
मित्र डॉनल्ड ट्रम्प की 3 घंटे की विज़िट के लिए 80 करोड़ खर्च दिया। गुजरात और मध्यप्रदेश के मुख्यमंत्री अपने लिए 200 करोड़ के हवाई जहाज़ ले लेते हैं। मजाल है कोई चैनल इस पर डिबेट कर ले।
अरविंद केजरीवाल जी को 1942 में बना 1 एकड़ से भी छोटा बँगला एलोट किया जिसकी छत्ते 3 बार गिर… pic.twitter.com/GJZkSp60rD
— Priyanka Kakkar (@PKakkar_) April 25, 2023
Comments are closed.