Latest Odisha News

BREAKING NEWS

ଓବିସି ଓ ଏସଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ଘୋଷଣା ନ’କରିବା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା

ଭୁବନେଶ୍ୱର: ଜନଗଣନାରେ ପ୍ରସ୍ତୁତିରେ ସାଧାରଣ ବର୍ଗ ସହିତ ଏସଇବିସି ଓ ଓବିସି ତାଲିକା ପ୍ରସ୍ତୁତିରେ ରାଜ୍ୟ ସରକାରଙ୍କୁ ସୋମବାର ଦିନ ସମାଲୋଚନା କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜୁ ଜନତା ଦଳ ୨୦ ବର୍ଷ ଶାସନ ମଧ୍ୟରେ, ସାମାଜିକ ତଥା ଅର୍ଥନୈତିକ ଭାବେ ଅନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ବିକାଶ ଲାଗି ବିଜେଡ଼ି ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

“ରାଜ୍ୟ ସରକାର ଓବିସି କମିଶନ ଗଠନ କରିଥିଲେ ମଧ୍ୟ ଅର୍ଥନୈତିକ ଓ ସାମାଜିକ ଭାବେ ପଛୁଆ ବର୍ଗଙ୍କ ଲାଗି ସମ୍ପୂର୍ଣ୍ଣ ଉଦାସୀନ ଏବଂ ଏହି ବର୍ଗଙ୍କ ଲାଗି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟ ଗୁଡ଼ିକରେ ଏସଇବିସି ଓ ଓବିସି ବର୍ଗଙ୍କ ଲାଗି ୨୭ % ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରରେ ଓବିସି କମିଶନର ନିଯୁକ୍ତି ବେଳେ ମଧ୍ୟ ରାଜ୍ୟରେ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସି ଓ ଏସଇବିସିଙ୍କ ପାଇଁ ସଂରକ୍ଷଣ ଦିଆଯାଉନି । ଏଥିରୁ ପ୍ରମାଣିତ ହେଉଛି ଯେ, ଓବିସି ବର୍ଗର ଏହି ସରକାର କୌଣସି ଉନ୍ନତି ଚାହାନ୍ତି ନାହିଁ,” ବୋଲି ଶ୍ରୀ ହରିଚନ୍ଦନ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ରାଜ୍ୟ ଏସଟି ଓ ଏସସି ବିକାଶ, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା କହିଛନ୍ତି ଯେ, ରାଜ୍ୟ ସରକାର ଏସଟି ଓ ଏସସି ବିକାଶ, ପଛୁଆବର୍ଗ, ଏସଇବିସି ଓବିସି ବର୍ଗମାନଙ୍କ ବିକାଶ ଲାଗି ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି । “ପଛୁଆବର୍ଗ ଲାଗି ସରକାର ଉତ୍କୃଷ୍ଟମାନର ଶିକ୍ଷା ଯୋଗାଇଦେଇଛନ୍ତି । ଏଥିଲାଗି ଅନେକ ଛାତ୍ରାବାସ ନିର୍ମାଣ କରାଯାଇଛି,” ବୋଲି ମନ୍ତ୍ରୀ କହିଛନ୍ତି ।

ଏପରିକି ଓବିସି କମିଶନ ଖୁବଶିଘ୍ର ରାଜ୍ୟ ସରକାର ଗଠନ କରୁଛନ୍ତି ବୋଲି ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.