ଭୁବନେଶ୍ୱର: ବେଆଇନ୍ ରଙ୍ଗଶାଳା ଭାଙ୍ଗିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ୨୦୧୮ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଭଙ୍ଗା ଯାଇନଥିଲା, ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତାରାଣୀ ମରି ନଥାଆନ୍ତେ । ସ୍ମିତାରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା ବୋଲି ବିଜେପି ଅଭିଯୋଗ କରିଛି ।
ଲେଖାଶ୍ରୀ କହିଛନ୍ତି ଯେ, ସରକାରଙ୍କ ନାକତଳେ କିଭଳି ଏଭଳି ବେଆଇନ ଷ୍ଟ୍ରକଚର ଚାଲିଥିଲା ଆଉ ଯେତେବେଳେ ସ୍ମିତାରାଣୀ ହତ୍ୟା ହୋଇଗଲା, ତାଙ୍କ ହତ୍ୟା ପରେ ଏହି ଘରକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ପୋଲିସ ମଧ୍ୟ ସିସିଟିଭି ଜବତ କରିନି, ସିସିଟିଭିକୁ ଜାଣିଶୁଣି ନଷ୍ଟ କରି ଦିଆଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ରୂପେଶ ଭଦ୍ର, ବିଜେଡି ନେତା ରାମକୋ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ତଦନ୍ତକୁ ଦିଶାହୀନ କରିବା ଲାଗି ଠୋସ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି ।
ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇ ବାକୁ ଏଭଳି ପ୍ରୟସା କରାଯାଇଛି । ତଦନ୍ତ ଉପରେ ଆମର ବିଶ୍ୱାସ ନାହିଁ ଆମେ ବାରମ୍ବାର ତଦନ୍ତ ଦାବି କରିଆସିଛୁ । କ୍ରାଇମବ୍ରାଂଚ ତଦନ୍ତ ମଧ୍ୟ କରିପାରିବେ ହେଲେ ସରକାର କରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଖୁବ୍ଶୀଘ୍ର ଏହି ମୃତ୍ୟୁ ମାମଲାର ତଦନ୍ତ ନହେଲେ ଆଗକୁ ବିଜେପି ଜୋର୍ଦାର ପ୍ରତିବାଦ କରିବ ବୋଲି ସେ କହିଛନ୍ତି ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.