Latest Odisha News

BREAKING NEWS

ସମ୍ବିତ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ:ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଟୁଇଟର ହାଣ୍ଡେଲରୁ ହଟିଲା ବ୍ଲୁଟିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ନିଜ ଆକାଉଣ୍ଟ ଡିପି ବଦଳାଇ ଜାତୀୟ ପତାକା ତ୍ରିରଙ୍ଗା ରଖିବା ପାଇଁ କହିଥିଲେ । ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଏପରି ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ, ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାନ୍ତୁ ଏବଂ  ଏହି ନିଆରା ପ୍ରୟାସକୁ ସମର୍ଥନ ଜଣାନ୍ତୁ ।  ଏପରି ଉଦ୍ୟମ ଦେଶପ୍ରେମ ଭାବନା ଏବଂ ଆମ ଭିତରେ ଥିବା ସମ୍ପର୍କକୁ ଅଧିକ ଗଭୀର କରିବ’। ସେ ଏକ୍ସ (X)ବା ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ନିଜର ଡିପି ପରିବର୍ତ୍ତନ କରିଛନ୍ତି। ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ବଢାଇବାକୁ ରବିବାରଠାରୁ ପ୍ରତ୍ୟେକ ଘରର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ପ୍ରଭାବିତ ହୋଇ ବିଜେପିର ବଡ ବଡ ନେତା ଯଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ମନୋହର ଲାଲ ଖଟ୍ଟର, ପୁଷ୍କର ଧାମି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପମୁଖ ସେମାନଙ୍କ ଟୁଇଟର ଡିପି ବଦଳାଇଥିଲେ । ହେଲେ ବଦଳାଇବାର କିଛି ସମୟ ପରେ ସେମାନଙ୍କ ଟୁଇଟର ହାଣ୍ଡେଲରୁ ଭେରିଫିକେଶନ ଟିକ ବା ବ୍ଲୁ ଟିକ କଟି ଯାଇଛି ।

ଏଠି କହିରଖିବୁ , ଏମାନେ ଏକ୍ସ ବା ଟୁଇଟରର ନାମ ଏବଂ ଡିସପ୍ଲେ  ଇମେଜରେ କୌଣସି ପ୍ରକାର ପରିବର୍ତ୍ତନ କରିନାହାନ୍ତି । ହେଲେ ଯେମିତି ସେମାନେ ଡିପିରେ ତ୍ରିରଙ୍ଗା ଫଟୋ ରଖିଛନ୍ତି, ସେମିତି ବ୍ଲୁ ଟିକ୍ କଟିଯାଇଛି । ତେବେ ପ୍ରଧାନମନ୍ତ୍ରୀ ତାଙ୍କର ଡିପି ବଦଳାଇ ତ୍ରିରଙ୍ଗା ରଖିଥିଲେ ହେଁ ତାଙ୍କର ବ୍ଲୁ ଟିକ ହଟି ନାହିଁ ।

Comments are closed.