ନୂଆପଡା: ବିଜେପି ରାଜ୍ୟ ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ନୂଆପଡା ଗସ୍ତରେ ଆସିଛନ୍ତି ମନମୋହନ ସାମଲ । ଏହି ଅବସରରେ ଜିଲ୍ଲାର ଦୁଇ ଗୋଟି ବିଧାନସଭା ମଣ୍ଡଳୀରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କର୍ମୀ ସମ୍ମିଳନୀରେ ମୋଦି ଜି ଙ୍କ ବାର୍ତ୍ତା କୁ ଗାଁ ଗାଁ କୁ ପହଞ୍ଚାଇବା ସହ ଆଗାମୀ ନିର୍ବାଚନ ରେ ବିଜେପି କୁ ଆହୁରି ଜନମତ ଦେବା ପାଇଁ କାର୍ଯ୍ୟକରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ନୂଆପଡା ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଡ଼ଃ ସୁନୀତି ମୁଣ୍ଡ , ପୂର୍ଵତ୍ତନ ବିଧାୟକ ହିତେଶ ବଗର୍ତ୍ତି, ଜଦୁମଣି ପାଣିଗ୍ରାହୀ, ପ୍ରଶନ୍ନ ପାଢ଼ୀ, ଦେବଦେଵ ସିଂ ଦେଓ ଙ୍କ ସହ ଶତାଧିକ ବିଜେପି ସମର୍ଥକ ଓ କର୍ମୀ ଯୋଗଦେଇଥିଲେ ।
ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଗତକାଲି ସନ୍ଧ୍ୟା ସମୟରେ ଖଡ଼ିଆଳ ଠାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଥିଲେ । ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଖଡ଼ିଆଳ NAC ର ୧୧ନମ୍ବର ୱାର୍ଡ ପାଖରୁ ଏକ ବାଇକ ରାଲିରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ରେ କଳସ ରେ ମାଟି ସଂଗ୍ରହ କରିଥିଲେ ମନମୋହନ ସାମଲ ।
ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଲୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।“୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା। ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶ ସମୃଦ୍ଧ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା। ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା। ନାଗରିକଭାବେ ଦେଶ ପ୍ରତି ନିଜର କର୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା” କହି ଶପଥ ନେଇଥିଲେ।
Comments are closed.