Latest Odisha News

BREAKING NEWS

ପିଏମ୍ ଫସଲ ବୀମା ଯୋଜନା: ବିଜେପି କହିଲା ଓଡ଼ିଶାର ଚାଷୀଙ୍କୁ ଭଣ୍ଡାଉଛି ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ଶାସକ ବିଜେଡି ସମାଲୋଚନା କରିଛି ବିଜେଡି । ଯୋଜନାକୁ ନେଇ ବିଜେଡ଼ି ଆଣିଥିବା ଅଭିଯୋଗର କୌଣସି ବାସ୍ତବତା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି । କେବଳ ମିଛକୁ ଲୁଚାଇ ଅନ୍ୟ ଉପରେ ଦୋଷ ଲଦିବା ବିଜେଡିର ନିତି ଦିନିଆ କାର୍ଯ୍ୟ ବୋଲି କହିଛି ବିଜେପି । ଶାସକ ଦଳ ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ରାଜ୍ୟର ଚାଷୀଙ୍କୁ ବଞ୍ଚିତ କରିଥିବା ବେଳେ, ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଥ୍ୟା ପ୍ରଚାର କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ବିଜେଡିର କହିବା କଥା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଆ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ବିଜେପି କହିଛି, ବାସ୍ତବତା କିନ୍ତୁ ଅଲଗା । ପିଏମ୍ ଫଫସଲ ବୀମା ଯୋଜନାରେ ରାଜ୍ୟର ପାଖାପାଖି ୧.୭ କୋଟି ଚାଷୀ ୬୦ ଲକ୍ଷ ହେକ୍ଟର ଜମି ପାଇଁ ମୋଟ ୩୫ ହଜାର ୫୨୬.୬୦ କୋଟି ଟଙ୍କାର ବୀମା କରିଛନ୍ତି । ଓଡ଼ିଶାରେ ଚାଷୀମାନଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୭୦୨.୭୫ କୋଟି ଟଙ୍କା ଦେବା ପାଇଁ ଆବେବଦନ କରାଯାଇଛି । ଯାହା ପ୍ରିମିୟମ ଠାରୁ ୬ ଗୁଣା ଅଧିକ ।

୨୦୧୬-୧୭ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଦେଶରେ ୨୩ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ପ୍ରାୟ ୨୧ କୋଟି ହେକ୍ଟର ଜମି ପାଇଁ ମୋଟ୍ ୮.୫୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ବୀମା କରିଛନ୍ତି । ଚାଷୀମାନେ ଏହି ଯୋଜନାରେ ବିଭିନ୍ନ ମୀମା କମ୍ପାନୀଙ୍କୁ ୧୭ ହଜାର ୫୭୭ କୋଟି ଟଙ୍କା ପଅିମିୟମ ଦେଇଥିଲେ । ହେଲେ ଫସଲ ନଷ୍ଟ ପାଇଁ ବୀମା ଆକାରରେ ଆବେଦନ କରାଯାଇଥିବା ୭.୮ କୋଟି ଚାଷୀ ୯୨ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରିବାକୁ ଆବେଦନ କରିଛନ୍ତି ।

ହେଲେ ଶାସକ ବିଜେଡି ଓଲଟା ବିଜେପିକୁ ଟାର୍ଗେଟ କରୁଥିବା କହିଛନ୍ତି ବିଧାୟକ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବିବୃତିର ମିଥ୍ୟା ଏବଂ ରାଜନୈତିକ ଏଜେଣ୍ଡା ଉପରେ ଦୃଷ୍ଟି ଦେଇଛନ୍ତି । ତଥ୍ୟ ନଜାଣି ନିଜ ଦଳ ଓ ସରକାରଙ୍କୁ ଅପାରଗତାକୁ ଘୋଡାଇବା ପାଇଁ ବିଜେଡି ସାଂସଦ ଉଦ୍ୟମ କରୁଥିବା କହିଛି ବିଜେପି ।

Leave A Reply

Your email address will not be published.