Latest Odisha News

ନବୀନଙ୍କୁ କଡା ଗଣ୍ଡା ହିସାବ ଦେଲା ବିଜେପି

ଭୁବନେଶ୍ବର: ନବୀନଙ୍କୁ କଡା ଜବାବ ଦେଲା ବିଜେଡି । ବିଜେପି ସରକାରରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିବା ସହିତ ନବୀନ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି ବୋଲି କଡା ଗଣ୍ଡା ହିସାବ ଦେଇଛି ବିଜେପି ।

ତେବେ ଗତକାଲି ବିଜେଡି ପକ୍ଷରୁ ଟ୍ବିଟ୍ କରାଯାଇ କୁହାଯାଇଥିଲା ଯେ, ବିଜେପି ସରକାର ଆସିବା ପରେ ସାମ୍ପ୍ରଦାୟିକ ଅଶନ୍ତି ବଢିଛି । ଯାହା ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନିମାସରେ ଚାରିଥର ସାମ୍ପ୍ରଦାୟିକ ଅଶାନ୍ତି ଦେଖାଯାଇଛି। ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ବୋଲି ସେଥିରେ ଉଲ୍ଲେଖ ରହିଛି ।

ଯାହାର ଆଜି କଡା ଜବାବ ଦେଇଛି ବିଜେପି । ବିଜେପି ପକ୍ଷରୁ ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି  ।ତାଙ୍କ ୨୪ ବର୍ଷ ଶାସନରେ କନ୍ଧମାଳ ଦଙ୍ଗା, ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ, ଅନେକ କିଛି ହୋଇଛି । ଏ ସବୁ ବେଳେ କିଏ ଶାସନ କରୁଥିଲେ ବୋଲି କଟାକ୍ଷ କରି ପ୍ରଶ୍ନ କରିଛି ବିଜେପି । ନବୀନ ଏମିତି କରି ରାଜନୈତିକ ରୁଟି ସେକି ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ ବୋଲି କହିଛି ବିଜେପି ।

ଖାଲି ସେତିକି ନୁହେଁ ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି । କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟସଭା ସାଂସଦ କରିଛନ୍ତି । ଏହା କଣ ନବୀନ ବାବୁଙ୍କ ସୁଶାସନର ପ୍ରତୀକ ବୋଲି ପ୍ରଶ୍ନ କରିଛି ବିଜେପି ।

Leave A Reply

Your email address will not be published.