Latest Odisha News

BREAKING NEWS

ଶାସକ ଦଳ ନିର୍ବାଚନୀ ହିଂସା କରୁଥିବା ଅଭିଯୋଗ ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ଭୁବନେଶ୍ଵର : ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେପି ଟିମ୍ । ବିଜେପି ଅଭିଯୋଗ ଆଣିଛି ବିଭିନ୍ନ ସ୍ଥାନରେ ବିଜେଡି ଆଇନ ଶୃଙ୍ଖଳା ଭଙ୍ଗ କରୁଛି । ନିର୍ବାଚନ ଆସିଲେ ବିଜେଡି ରକ୍ତମୁଖା ହୋଇଯାଏ ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ ଆଣିଛନ୍ତି ବିଜେଡି ଆଇନକୁ ହାତକୁ ନେଇ ନିର୍ବାଚନୀ ହିଂସା କରୁଛି । ଏସବୁ ଅଭିଯୋଗ ନେଇ ପୋଲିସ ଡିଜି ଏସକେ ବଂସଲଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେପି ।

ବିଜେପି ଅଭିଯୋଗ କରିଛି କି ବିଜେଡି ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେବା , ମାଲକାନଗିରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଘଟଣା ବୟାନ କରୁଛି ବିଜେଡି କେତେ ହିଂସାତ୍ମକ ପରିସ୍ଥିତି ସୃଷ୍ଟ କରୁଛି । ଏସବୁ ଘଟଣା ସମ୍ପର୍କରେ ପୋଲିସ ଡିଜିଙ୍କୁ ଜଣାଇଥିଲା ବିଜେପି । ଏହି ଅବସରରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନ୍ୟାନ୍ୟ ବିଜେପି କର୍ମୀମାନେ ପୋଲିସ ଡିଜିଙ୍କ ପାଖରେ ଫେରାଦ ହୋଇଥିଲେ ।

Comments are closed.