Latest Odisha News

ତାମିଲନାଡୁ ବିଧାନସଭା: ବିଜେପି ୨୦ ସିଟରେ ଲଢ଼ିବ

ଚେନ୍ନାଇ:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ଏଠାରେ ମାତ୍ର ୨୦ଟି ଆସରେ ଲଢ଼ିବ । ସେହିପରି କନ୍ୟାକୁମାରୀ ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ଲଢ଼ିବେ । ଏପ୍ରିଲ ୬ରେ ଏଠାରେ ୨୩୪ ସିଟ ବିଶିଷ୍ଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ମଲପୁରମ ଓ କନ୍ୟାକୁମାରୀ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ସହଯୋଗୀ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ୫ଟି ଲୋକସଭା ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲା ।

Leave A Reply

Your email address will not be published.