Latest Odisha News

BREAKING NEWS

୨୦୫୦ ସୁଦ୍ଧା ସମଗ୍ର ବିଶ୍ୱରେ ୨୫୦ ନିୟୁତରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବେ!

ନୂଆଦିଲ୍ଲୀ: ବିଶ୍ବ ସ୍ବ୍ୟାସ୍ଥ ସଂଗଠନ ଏକ ଚେତାବନୀ ଦେଇଛି ଯେ ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୨୫୦ ନିୟୁତ ଲୋକ କିମ୍ବା ଅନ୍ୟ ଅର୍ଥରେ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ଶ୍ରବଣ ଶକ୍ତି ହ୍ରାସ ହେବ। ଏଥିମଧ୍ୟରୁ ଅତି କମରେ ୭୦ ନିୟୁତ ଲୋକ ଏପରି ହେବେ ଯେଉଁମାନେ ଶ୍ରବଣ ଶକ୍ତି ହରାଇବା ଏବଂ ଶ୍ରବଣ ସମସ୍ୟା ହେତୁ ଡାକ୍ତରଖାନା ଯିବାକୁ ପଡିବ।

ଆଜି ଭାରତୀୟ ଜନସଂଖ୍ୟାର ଏକ ବଡ଼ ଅଂଶ ମଧ୍ୟ ଶ୍ରବଣ ଶକ୍ତିରେ ପୀଡିତ। WHO ୨୦୧୮ ତଥ୍ୟ ଅନୁଯାୟୀ, ଭାରତରେ ଶ୍ରବଣ ଦୁର୍ବଳତାର ପ୍ରାଦୁର୍ଭାବ ପ୍ରାୟ ୬.୩ ପ୍ରତିଶତ ଥିଲା। ତା’ପରେ ଭାରତରେ ବୟସ୍କମାନଙ୍କରେ ବଧିରତାର ଆନୁମାନିକ ପ୍ରାଦୁର୍ଭାବ ୭.୬ ପ୍ରତିଶତ ଏବଂ ବାଲ୍ୟବସ୍ଥାରେ ବଧିରତାର ପ୍ରାଦୁର୍ଭାବ ଦୁଇ ପ୍ରତିଶତ ଥିଲା।

ଆମର ଶ୍ରବଣ କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଲୋକଙ୍କ ପଢିବା, ଶୁଣିବା ଏବଂ ରୋଜଗାର କରିବାର କ୍ଷମତା ଉପରେ ପ୍ରଭାବ ପଡିଥାଏ। ଏହା ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ସମ୍ପର୍କ ବଜାୟ ରଖିବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ବାସ୍ତବରେ, ଅଧିକାଂଶ ଦେଶରେ ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କାନ ଏବଂ ଶ୍ରବଣ ଯତ୍ନ ଯୋଗ କରାଯାଇ ନାହିଁ। ଯାହା ଦ୍ବାରା କାନ ରୋଗରେ ଆକ୍ରାନ୍ତ ତଥା ଶ୍ରବଣ ଶକ୍ତି ହରାଉଥିବା ବ୍ୟକ୍ତିଙ୍କ ପାଇଁ ସଠିକ୍‌ ରୂପେ ସେବା ସେବା ଯୋଗାଇ ଦିଆଯାଇ ପାରୁନାହିଁ।

Leave A Reply

Your email address will not be published.