Latest Odisha News

BREAKING NEWS

ବିଜେପି ଓଡ଼ିଶାରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ: ଜୁଏଲ ଓରାମ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଦୋହରାଇଛି, ଏହା ଚଳିତ ବର୍ଷ ମେ ମାସରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

“ ବିଜେଡ଼ି ସହିତ ବୁଝାମଣାର ପ୍ରଶ୍ନ ଉଠୁନାହିଁ । ଆମେ ଏକାକୀ ନିର୍ବାଚନରେ ଲଢିବୁ, ନବୀନ ସରକାରଙ୍କୁ ଉପାଡ଼ି ବଙ୍ଗୋପସାଗରରେ ଫିଙ୍ଗି ଦିଆଯିବ,” ବୋଲି ବିଜେପି ନେତା ଜୁଏଲ ଓରାମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଜୁଏଲ ଆହୁରି ମଧ୍ୟ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୧୨୦ ମିଶନ ଟାସ୍କ ୯୯ ପ୍ରତିଶତ ପୂରଣ ହୋଇଛି । ସେ କହିଛନ୍ତି, ଓଡ଼ିଶାରେ ଦଳର ଜନପ୍ରିୟତା ବୃଦ୍ଧି ପାଉଥିବା ଯୋଗୁଁ ଅନେକ ଅନ୍ୟ ଦଳର ବିଧାୟକ ତଥା ନେତାମାନେ ମିଶିବା ଲାଗି ସେମାନଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.