Latest Odisha News

BREAKING NEWS

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର ।

ରବିବାର ଅନୁଷ୍ଠିତ ଏହି ବାହାଘରରେ ବର ରୋଡ୍ ରୋଲର ଚଢ଼ି ଆସିଥିଲେ । ଆଗରେ ବରଯାତ୍ରୀ ନାଚି ନାଚି ଯାଇ ପହଞ୍ଚିଥିଲେ କନିଆଁ ଘରେ । ତେବେ ବରଘର ପକ୍ଷରୁ ରୋଲରକୁ ରଙ୍ଗବେରଙ୍ଗ ଫୁଲରେ ସୁନ୍ଦର ଭାବେ ସଜାଯାଇଥିଲା । ଏହି ବାହାଘରରେ ଡାକବାଜୀ ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଇନଥିଲା । ଏଭଳି କରିବା ପଛର କାରଣ ସମ୍ପର୍କରେ ବର କହନ୍ତି, ସେ ତାଙ୍କ ବାହାଘରକୁ ଟିକେ ନିଆରା କରିବା ପାଇଁ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ବର ହେଉଛନ୍ତି ୩୦ ବର୍ଷୀୟ ଅର୍କ ପାତ୍ର । ଜଣେ ବିଶିଷ୍ଟ ସୁନା ବ୍ୟବସାୟୀଙ୍କ ପୁଅ । ସେ ଚାହିଁଥିଲେ ଭିଣ୍ଟେଜ କାର୍ ନେଇ ଆସିପାରିଥାନ୍ତେ, କିନ୍ତୁ ଏମିତି କିଛି ଅଜବ କରି କନ୍ୟା ଘର ଲୋକଙ୍କୁ ଚକିତ କରିଦେଇଥିଲେ ଅର୍କ । କନ୍ୟାଘର ଲୋକେ ସିନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହେଲେ କନ୍ୟା ଅରୁନ୍ଧତୀଙ୍କୁ କିନ୍ତୁ ଏହା ଆଗରୁ ଜଣାଥିଲା । ଭାବୀ ପତ୍ନୀ ଅରୁନ୍ଧତୀଙ୍କ ସମର୍ଥନ ପରେ ହିଁ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ ଅର୍କ ।

Leave A Reply

Your email address will not be published.