Latest Odisha News

BREAKING NEWS

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ, ବିଧାୟକଙ୍କୁ ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଜି ବିଜେପି ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ବିଜେପି ୨୦ ରୁ୩୦ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସରକାର ଭାଙ୍ଗିବା ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଏଥିନେଇ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଜେପି ବିଧାୟକଙ୍କୁ ଯାଚିଥିବା ସେ ଅଭିଯୋଗ କରିଛନ୍ତି । ନିକଟରେ ବିଧାୟକଙ୍କୁ ଟଙ୍କା ଯାଚୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ଏହା ପରେ ସେ ଉପରୋକ୍ତ ଅଭିଯୋଗ ଆଣିଛନ୍ତି ।

କେସିଆର କହିଛନ୍ତି ମୋଦି ବିଶ୍ୱଗୁରୁ ନୁହନ୍ତି ସେ ବିଷ ଗୁରୁ । ଆପଣ ଅର୍ଥ ଓ କ୍ଷମତା ବଳରେ କାହିଁକି ଅନ୍ୟ ରାଜ୍ୟର ସରକାର ଭାଙ୍ଗୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ଏହି ଖବରକୁ ଖଣ୍ଡନ କରିଛି ।

Comments are closed.