Latest Odisha News

BREAKING NEWS

ପ୍ୟାରୀମୋହନ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଫରକ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ‘ଦ ଲଲନଟପ’କୁ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଦଳ ଛାଡିଲେ, ଓଡ଼ିଶା ରାଜନୀତିଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ମତ ରଖିଛନ୍ତି।

ଜମି ଅନିୟମିତତା ମାମଲାରେ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ରହିଛନ୍ତି। ଏପରି ଏକ ମାମଲା ରହିଛି। କୋର୍ଟରୁ ମଧ୍ୟ ଏହି ମାମଲାରେ କୈଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, ଯେଉଁ ମାମଲା ଦାୟର ହୋଇଛି ତାହା ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା କୋର୍ଟରେ ବିଚାରଧୀନ ରହିଥିବାରୁ ସେ ଆଉ କିଛି କହିବେ ନାହିଁ ବୋଲି କହିଛନ୍ତି।

ସାକ୍ଷାତକାର ସମୟରେ ବୈଜୟନ୍ତ ପଣ୍ଡା କହିଛନ୍ତି, କିଭଳି ଏବେ ରାଜ୍ୟରେ ସରକାର ଚାଲିଛି। ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ନିକଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ପଚାରିଥିଲେ ରାଜ୍ୟରେ କିଏ ସରକାର ଚଳାଉଛି। ଯାହାର ଜବାବ ସଭିଏଁ ଖୋଜୁଛନ୍ତି ବୋଲି କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତର ଦେଇ ବୈଜୟନ୍ତ ପଣ୍ଡା କହିଛନ୍ତି, ବିଜେଡିର ପୂର୍ବତନ ନେତା ତଥା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଥିଲେ। ସେ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ। ସେ ଚାକିରିରୁ ଅବସର ପରେ ବିଜେଡିରେ ସକ୍ରିୟ ଥିଲେ। ଆଉ ଦଳର କମାଣ ତାଙ୍କ ପାଖରେ ଥିଲେ। କିନ୍ତୁ ସେ କେବେ ସରକାରୀ କାମରେ ହସ୍ତକ୍ଷେପ କରୁନଥିଲେ। ସଚିବାଳୟରେ ଯାଇ ବସୁନଥିଲେ। କିନ୍ତୁ କଣ ହେବା ଦରକାର ନଦରକାର ସେ ନବୀନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। ଟିକେଟ କାହାକୁ ଦିଆଯିବ ନ ଦିଆଯିବ, କାହାକୁ କେଉଁଠିକୁ ବଦଳି ହେବ ସେ ବାବଦରେ ନିଷ୍ପତ୍ତି ନେଉଥିଲେ। ସରକାର ଏବଂ ଦଳ ଭିତରେ ଏକ ଲକ୍ଷଣରେଖା ଥିଲା ତାକୁ ପ୍ୟାରୀମୋହନ ମାନୁଥିଲେ।

ଏବେ କିନ୍ତୁ ଜଣେ ଆଇଏଏସ (ଭି, କାର୍ତ୍ତିକେୟନ ପାଣ୍ଡିଆନ) ଦଳ, ସରକାର ଚଳାଉଛନ୍ତି। ଯିଏକି ଆଇଏଏସ ନିୟମକୁ ଭାଙ୍ଗିଦେଇଛନ୍ତି। ଏବେ କିନ୍ତୁ ଏହି ଆଇଏଏସ ଅଧିକାରୀ ଚାନ୍ଦା ଉଠାଇବା କାମରେ ନିୟୋଜିତ ଅଛନ୍ତି। ତେବେ ପ୍ୟାରୀମୋହନଙ୍କ ଉତ୍ତରାଧିକାରୀ ଏହି ଆଇଏଏସ ଅଧିକାରୀଙ୍କୁ କହିହେବ ନାହିଁ ବୋଲି ବୈଜୟନ୍ତ କହିଛନ୍ତି।

ପରବର୍ତ୍ତୀ ସମୟରେ ପ୍ୟାରୀମୋହନ କିଭଳି ନବୀନ ସରକାରକୁ ଭାଙ୍ଗିବାରେ ନେତୃତ୍ୱ ନେଇଥିଲେ। ସେତେବେଳେ ତାଙ୍କର ଦଳର ସ୍ଥିତି କଣ ଥିଲା ବୈଜୟନ୍ତ କହିଛନ୍ତି।

ସାକ୍ଷାତକାର ସମୟରେ ପାଣ୍ଡିଆନଙ୍କ ନାଁ କାହିଁକି ନେଉନାହାନ୍ତି ବୋଲି ଆଙ୍କର ସୌରଭ ଦ୍ବିବେଦୀ ପଚାରିଥିଲେ। ଜୟ ପଣ୍ଡା କହିଛନ୍ତି, ଯେଉଁବାବଦରେ ଲୋକେ ଜାଣିଛନ୍ତି ନା ନେବାର ଆବଶ୍ୟକ କିଛି ନାହିଁ।

ଉଲ୍ଲେଖଯୋଗ୍ୟ, ବୈଜୟନ୍ତ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ମେ ୨୦୦୯ ରୁ ଜୁଲାଇ ୨୦୧୮ ପର୍ଯ୍ୟନ୍ତ କେନ୍ଦ୍ରାପଡା ଆସନରୁ ଲୋକସଭା ସାଂସଦ ଥିଲେ। ଏହାପୂର୍ବରୁ ସେ ଏପ୍ରିଲ ୨୦୦୦ରୁ ଏପ୍ରିଲ ୨୦୦୯ପର୍ଯ୍ୟନ୍ତ ମଧ୍ୟ ରାଜ୍ୟସଭା ସାଂସଦ ଥିଲେ।

Leave A Reply

Your email address will not be published.