ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମାସେ ଡେରିରେ ମଣ୍ଡି ଖୋଲା ହୋଇଥିଲା । ରାଜ୍ୟ ସରକାର ଓ ମିଲରଙ୍କ ଅସାଧୁ ମେଣ୍ଟ ପାଇଁ ଚାଷୀ ମଣ୍ଡିରେ ଧାନ ବିକି ନ ପାରି ହଇରାଣ ହେଉଛି । ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରୁନାହିଁ । ତେଣୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ତା ଛଡା ସରକାର ମଣ୍ଡିଗୁଡିକ ପାଇଁ ଟାର୍ଗେଟ ନିର୍ଧାରିତ କରିଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡି ରହିଛି ।
ଧାନ କିଣା ସମସ୍ୟାକୁ ନେଇ ସମ୍ବଲପୁରରେ ସମାବେଶ ବେଳେ ବହୁ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ସମାଧାନ ପାଇଁ ରାତି ସୁଦ୍ଧା କୌଣସି ଅଧିକାରୀ କି ସରକାରଙ୍କ ପ୍ରତିନିଧି ଆଲୋଚନା ପାଇଁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି ।
ସରକାର ତୁରନ୍ତ ଆଲୋଚନା କରି ଧାନ କିଣା ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ପୃଥ୍ୱୀରାଜ । ମଣ୍ଡିରେ ଗଦା ହୋଇଥିବା ଧାନକୁ ଉଠାନ୍ତୁ ବୋଲି ସେ କହିଛନ୍ତି । ନ ହେଲେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନେବାକୁ ବିଜେପି ପ୍ରସ୍ତୁତ ଥିବା ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ । ଗିରଫ ହୋଇଥିବା ସବୁ ବିଜେପି ନେତା ଥାନାରେ ଧାରଣା ଦେବେ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।
BREAKING NEWS
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
Comments are closed.