Latest Odisha News

BREAKING NEWS

ଅମିତ ଶାହାଙ୍କ ଟ୍ୱିଟ‌୍ ଆକାଉଣ୍ଟ ବ୍ଲକ୍ ହୋଇଥିଲା କାହିଁକି ?

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ବ୍ଲକ୍ କରାଯାଇଥିବାରୁ ଟ୍ୱିଟର ଅଧିକାରୀଙ୍କୁ ଘନ ଘନ ଜେରା । ପାର୍ଲାମେଣ୍ଟ କମିଟିର ବୈଠକରେ ଏହି ଜେରା କରା ଯାଇଛି । କାହିଁକି ସେମାନେ ଶାହାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲେ ପ୍ରଶ୍ନ କରାଯାଇଥିଲା ।
ଗତ ନଭେମ୍ବର ମାସରେ କିଛି ସମୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆକାଉଣ୍ଟକୁ ଟ୍ୱିଟର ବନ୍ଦ କରିଥିଲା । ସେମାନଙ୍କ ଏହି ଅଧିକାର କିଏ ଦେଲା ବୋଲି ସଂସଦୀୟ କମିଟି ବୈଠକରେ ପ୍ରଶ୍ନ କରାଯାଇଥିଲା ।

କପି ରାଇଟ୍ ଉଲ୍ଲଂଘନ ପାଇଁ ଏପରି କରା ଯାଇଥିଲା ବୋଲି ଟ୍ୱିଟର ଅଧିକାରୀମାନେ କହିଥିବା ସୂଚନା ମିଳିଛି । ଅମିତ ଶାହା ଏକ ଫଟୋ ଅପଲୋଡ୍ କରିଥିଲେ, ଯାହା କି କପି ରାଇଟ୍ ଆଇନକୁ ଉଲ୍ଲଂଘନ କରୁଥିଲା । ତେବେ ସାଙ୍ଗେ ସାଙ୍ଗେ ପୁଣି ଶାହାଙ୍କ ଆକାଉଣ୍ଟକୁ ଚାଲୁ କରା ଯାଇଥିଲା ଏବଂ ତାହା କାର୍ଯ୍ୟକ୍ଷମ ଥିବା ସଂସଦୀୟ କମିଟିକୁ ଅବଗତ କରିଥିଲା ଟ୍ୱିଟର । ଏହା ଏକ ଅନିଚ୍ଛାକୃତ ତ୍ରୁଟି ଥିବା ଟ୍ୱିଟର ପକ୍ଷରୁ କୁହା ଯାଇଛି ।

Leave A Reply

Your email address will not be published.