Latest Odisha News

‘ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳାଟଙ୍କା ବିରୋଧରେ ଆସନ୍ତାକାଲି ଆନ୍ଦୋଳନ କରିବ ବିଜେପି’

ଭୁବନେଶ୍ୱର: ରାଜ୍ୟରେ ମଦ ସାମ୍ରାଜ୍ୟରେ  ଆୟକର ବିଭାଗର ରେଡ୍ ରେ ପୁଳା ପୁଳା କଳା ଟଙ୍କା ର ଗୁମର ଫିଟୁଛି । ଯାହାକୁ ନେଇ ଆସନ୍ତାକାଲି (ସୋମବର) ରାଜ୍ୟର ସମସ୍ତ ସବ୍‌ଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ପ୍ରତିବାଦ ଆନ୍ଦୋଳନ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଟ୍ୱିଟ୍ କରି ଜଣାଇଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାରରେ ମଦର ଭୂ-ସ୍ୱର୍ଗ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଅନୁକମ୍ପାରେ “ସାହୁ ବ୍ରଦର୍ସ ଆଣ୍ଡ କୋ” ଠୁଳ କରିଛି ୫୦୦ କୋଟିର କଳା ଟଙ୍କା । ବିଜେଡିର ଭ୍ରଷ୍ଟ ଶାସନରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଯେଉଁଭଳି ଭାବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ପ୍ରୋତ୍ସାହନରେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ତାହା ସାରା ଓଡ଼ିଶାକୁ ଆଜି ବିଚଳିତ କରିଛି ।

ବିଜେଡି ସରକାରର ବିନା ପ୍ରୋତ୍ସାହନରେ କ’ଣ କେହି ୫ଶହ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି? ଏହା ପଛରେ ବିଜୁ ଜନତା ଦଳ ସରକାରର ଅଭୟ ସୁରକ୍ଷା ରହିଆସିଛି । “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କ ସମେତ ମଦ ମାଫିଆମାନଙ୍କର ଯେଉଁଭଳି ଭାବରେ ଓଡ଼ିଶାରେ କଳା ଟଙ୍କାର ବେପାର ବଢ଼ିଛି ତା’ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ ।

ରାଜ୍ୟ ସରକାର ଅବକାରୀ ନୀତିରେ ଦୁର୍ନୀତି କରି ମଦ ମାଫିଆଙ୍କୁ ଅଜାଚିତ ଲାଭ ଦେଉଛନ୍ତି ଓ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଓଡ଼ିଶାରେ ଦେଶୀ, ବିଦେଶୀ ମଦର ବନ୍ୟା ସୃଷ୍ଟି କରି ଓଡ଼ିଆଙ୍କୁ ରାଜ୍ୟ ସରକାର ଲୁଟୁଥିବା ଅଭିଯୋଗ ଆଣିଛନ୍ତି ମନମୋହନ ସାମଲ ।

Comments are closed.