Latest Odisha News

BREAKING NEWS

ଗାଁ ଗାଁରେ କେନ୍ଦ୍ର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିଭଳି ନିର୍ବାଚନ ଲଢିହ ସେ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଘରୋଇ ହୋଟେଲରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହୋଇଛି।

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ୨ ସୂତ୍ରୀ ମନ୍ତ୍ରନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତି ହୋଇଛି। ମାଗଣା ଚାଉଳ ଏବଂ ଆବସ ଅନିୟମିତତା, ରାଜନୀତିର ଅପରାଧୀକରଣ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବା ସହିତ ଏହି ସବୁ ପ୍ରସଙ୍ଗକୁ ନେଇ ବିଜେପି ରାଜ ରାସ୍ତାରେ ଲଢେଇ କରିବ ବୋଲି କହିଛି। ଦୁଇ ଦିନିଆ ବୈଠକର ପ୍ରଥମ ଦିନରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ସେ କହିଛନ୍ତି, ତୃଣ ମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରାଯିବ। ବୁଥକୁ ତିନି ମାସ ଭିତରେ ସକ୍ରିୟ କରିବା ସହିତ ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରି ନେଉଥିବା କଥା ଲୋକଙ୍କୁ କହିବେ ବୋଲି ଦଳର ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ଓଡିଶା ସରକାର ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ବୋଲି ଦଳ କହିଛି। ଆବାସ ଯୋଜନା ଲାଗି ଆନ୍ଦୋଳନ ହେବ। ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଲୋକଙ୍କୁ ଅବଗତ କରାଯିବ ଏବଂ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବାକୁ ଦଳ ପ୍ରୟାସ କରିବ ବୋଲି କହିଛି।

ଏହାସହ ଗାଁ ଗାଁ କୁ ବିଜେପି ନେବ ଏସଏଚଏଜି ଋଣ ସତ। ଏସଏଚଜିଙ୍କୁ କେନ୍ଦ୍ର ଋଣ ପ୍ରଦାନସହ ସୁଧ ଛାଡ଼ କରୁଛି କିନ୍ତୁ ବାଃ ବାଃ ନଉଛେ ରାଜ୍ୟ ସରକାର ବୋଲି ବିଜେପି କହିଛି।

ସେପଟେ ଏହାକୁ ନେଇ ବିଜେଡି ବିଧାୟକ ଉମାସାମନ୍ତରାୟ କହିଛନ୍ତି, କେନ୍ଦ୍ର ବିନା ସ୍ୱାର୍ଥରେ କାହାକୁ ପଇସା ଦେଉନାହିଁ। କେନ୍ଦ୍ର ସରକାର ଓଡିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି। କୌଣସି ଯୋଜନା ରାଜ୍ୟ ସରକାର ହାଇଜାକ କରୁନାହାନ୍ତି। ବିଜେପି ନେତା କେବଳ ଭାଷଣ ଦିଅନ୍ତି, ଲୋକଙ୍କୁ ମିଛ କୁହନ୍ତି ବୋଲି ସେ କହିଛନ୍ତି।

୨୦୧୯ରେ ବିଜେପି ମିଶନ ୧୨୦ କଥା କହିଥିଲେ। ସେହି ୧୨୦ ମିଶନ ନାରା ଏବେ କୁଆଡେ ଗଲା ? କେତେ ସିଟ ପାଇଲେ ୨୦୧୯ରେ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ଆସନ ପାଇଥିଲେ, ଏବେ ହେବାକୁ ଥିବା ନିର୍ବାଚନରେ ଦଳ ଆହୁରି ଅଧିକ ଆସନରେ ଜିତିବ ବୋଲି ବିଜେଡି ବିଧାୟକ ଦାବି କରିଛନ୍ତି।

ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି ପୁରନ୍ଦେଶ୍ୱରଙ୍କ ସମେତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ବିଧାୟକ ଓ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.