Latest Odisha News

BREAKING NEWS

ନବୀନଙ୍କ ଗୋଶାଳା ପରିଦର୍ଶନକୁ କଟାକ୍ଷ କଲେ ସାଂସଦ ବସନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁକୋଳିସ୍ଥିତ ବିଏମସିର ଗୋଶାଳା ପରିଦର୍ଶନ କରିଥିଲେ। ଶନିବାର ସେ ବିଏମସରି ଏହି ଗୋଶାଳ ବୁଲିବା ସହିତ ସେଠାରେ ତିନି ଦିନର ଏକ ବାଛୁରୀର ନାମ କ୍ରୀଷ୍ଣା ଦେଇଥିଲେ। ପରେ ଗୋଶାଳର ନାମ ମଧ୍ୟ କ୍ରିଷ୍ଣା ରଖିଛି ବିଏମସି। ତେବେ ମୁଖ୍ୟମନ୍ତ୍ରୀଙ୍କର ଗୋମାତା ସେବାକୁ କିନ୍ତୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା।

ରବିବାର ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୋ ସେବା ନାମରେ ଡ୍ରାମା କରୁଛନ୍ତି। ମହିଳା ସଶକ୍ତିକରଣ, ବେକାରୀ ଦୂରିକରଣ କଥା ହେଉ  ଅବା ବା ଗୋସେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ରହିଛି। ଓଡିଶାରେ ଗୋମାତା ସୁରକ୍ଷା ଏବଂ ରକ୍ଷଣା ବେକ୍ଷଣ, ଗୋଚାଲାଣକୁ ରୋକିବା ପାଇଁ ଆବଶ୍ୟକତା ରହିଛି। ଏ ଦିଗରେ ଯଦିଓ ଆଇନ ଅଛି କିନ୍ତୁ କାର୍ଯ୍ୟକାରୀ ହେଉ ନାହିଁ। ଯାହା ବିଡମ୍ବନାର ବିଷୟ। ମୁଖ୍ୟମନ୍ତ୍ରୀ ଗୋସେବାର ଯେଉଁ ଡ୍ରାମା ଦେଖାଇଛନ୍ତି ତାକୁ ସତ୍ୟରେ ରୂପାନ୍ତରିତ କରି ଗୋ ସୁରକ୍ଷା ଆଇନ ଲାଗୁ କରି ଗୋ ଚାଲାଣ, ଗୋ ହତ୍ୟା ବନ୍ଦ କରନ୍ତୁ ବୋଲି ବସନ୍ତ ପଣ୍ଡା କହିଛନ୍ତି। ଯଦି ଗୋସୁରକ୍ଷା କରିବେ ତାହେଲେ ସେ ପୁଣ୍ୟ ଅର୍ଜନ କରିବେ ବୋଲି ସାଂସଦ ବସନ୍ତ ପଣ୍ଡା କହିଛନ୍ତି। ନଚେତ ଗୋ ମାତା ଭଗବାନ ପରମପିତା ପରମାତ୍ମା କେବେ ତାଙ୍କୁ କ୍ଷମା ଦେବ ନାହିଁ କି ଏ ସରକାରକୁ କ୍ଷମା ଦେବ ନାହିଁ ବୋଲି ବସନ୍ତ କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବିଜେପି ଗୋମାତା, ହିନ୍ଦୁତ୍ୱ ଏଜେଣ୍ଡାକୁ ପ୍ରସଙ୍ଗ କରି ଭୋଟ୍ ବ୍ୟାଙ୍କ ସୃଷ୍ଟି କରେ। ହେଲେ ଏବେ ରାଜ୍ୟ ସରକାର କିନ୍ତୁ ବିଭିନ୍ନ ସ୍ଥାନରେ ମନ୍ଦିର ନବୀକରଣ କରିବା ଏବଂ ଏବେ ଗୋମାତାଙ୍କ ସୁରକ୍ଷା ନେଇ ଚିନ୍ତା କରିବା କେଉଁଠି ନା କେଉଁଠି ଶାସକ ଦଳ ଏପରି କରି ବିରୋଧୀ ବିଜେପିର ଭୋଟ୍ ବ୍ୟାଙ୍କ ଉପରେ ଆଖି ପକାଇଛି। ଯାହା ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଫଳତି ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାମୁକୋଳିସ୍ଥିତ ବିଏମ୍‌ସି ଗୋଶାଳା ପରିଦର୍ଶନ କରିଥିଲେ। ଏଥିସହ ଗାଈମାନଙ୍କ ଯତ୍ନ କିପରି ନିଆଯାଉଛି ଏବଂ ସେମାନଙ୍କ ରକ୍ଷଣବେକ୍ଷଣ ଉପରେ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଏମସିକୁ ୨୦.୫ ଏକର ଜାଗା ଏହି ଗୋଶାଳାରେ ମିଶାଇ ଏହାର ପରିସର ବଢ଼ାଇବାକୁ କୁହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜଟଣୀ ତହସିଲଦାର ୨୪ ତାରିଖ ଦିନ ବିଏମ୍‌ସିକୁ ଅଗ୍ରିମ ଦଖଲ ଦେବେ। ଏହା ପରେ ଏଠାରେ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ବିଏମ୍‌ସି କହିଛି। ୫.୫ ଏକର ଜାଗାରେ ଥିବା ଏହି ଗୋଶାଳାରେ ୯୦୬ ଗୋରୁ ଅଛନ୍ତି। ଖୁବ୍‌ଶୀଘ୍ର ଏହା ୨୬ ଏକରକୁ ପରିବର୍ଦ୍ଧିତ ହେବ ଓ ଏଠାରେ ୪ ହଜାର ଗୋରୁ ରହିପାରିବେ ବୋଲି ବିଏମ୍‌ସି କହିଛି। ଜଟଣୀରେ ବିଏମ୍‌ସି ୬ଶହ ଗାଈ ରଖିଛି।

 

Leave A Reply

Your email address will not be published.