ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଚଣ୍ଡୀଗଡ ମେୟର ପଦ ହାତେଇବାରେ ସଫଳ ହୋଇଛି । ସରବଜିତ କୌର ୧୪ ଭୋଟ ସହ ଚଣ୍ଡୀଗଡ ନିଗର ନିଗମର ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତିି । ଆମ ଆଦମୀ ପାର୍ଟିର ଗୋଟିଏ ଭୋଟ ନାକଚ କରାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆପର ପାର୍ଷଦ ମେୟରଙ୍କ ସିଟ ପଛପଟେ ଛିଡା ହୋଇ ହୋହଲ୍ଲା କରିବା ସହ ମାଇକ ତାର ବାହାର କରି ଦେଇଥିଲେ । ପରେ ପୋଲିସ ହସ୍ତକ୍ଷେପ କରି ସେମାନଙ୍କୁ ମେୟର ଚୌକି ପାଖରୁ ହଟାଇଥିଲେ ।
ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସର ୭ଜଣ ଏବଂ ଅକାଳୀ ଦଳର ଜଣେ ପାର୍ଷଦ ଭୋଟ ଦେଇ ନ ଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚଣ୍ଡୀଗଡରେ ସଂଜୀବନୀ ମିଳିଛି ।
Comments are closed.