Latest Odisha News

BREAKING NEWS

ପିପିଲି ପୋଲିସକୁ ସଫଳତା : ୨୫୫ ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ପିପିଲି : ପିପିଲି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ଅଭିଯାନରେ ପିପିଲି ପୋଲିସକୁ ବଡ ସଫଳତା ମିଳିଛି ।ଜଣେ ବ୍ରାଉନ ସୁଗାର ବେପାରୀକୁ ଆଜି ଗିରଫ କରିଛି ପିପିଲି ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ନିକଟରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ୫ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ପିପିଲି ଥାନା ଅନ୍ତର୍ଗତ ଦେବଗଳି ଭବାନୀପୁରର ଜଗବନ୍ଧୁ ବୈଠାରୀ ବୋଲି ଜଣାପଡିଛି । ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲଣ କରାଯାଇଛି । ତେବେ ଏହି ଗ୍ରୁଫରେ ଆଉ କେତେଜଣ ସାମିଲ ଅଛନ୍ତି । ସେନେଇ ଅଧିକ ଖୋଳତାଡ କରୁଛି ପୋଲିସି ।

Leave A Reply

Your email address will not be published.