Latest Odisha News

BREAKING NEWS

ଉପ ନିର୍ବାଚନ: ଏସପି ଦୁର୍ଗ ଭାଙ୍ଗିଲା, ମାନଙ୍କ ସମ୍ମାନ ରହିଲାନି

ନୂଆଦିଲ୍ଲୀ: ୩ଟି ଲୋକସଭା ଏବଂ ୭ଟି ବିଧାନସଭା ଉପ ନିର୍ବାଚନର ଫଳାଫଳ ବାହାରିଛି । ୟୁପିର ଆଜମଗଡ ଓ ରାମପୁର ଲୋକସଭା ସିଟକୁ ବିଜେପି କବଜା କରି ନେଇଛି । ଆଜମଗଡରେ ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବଙ୍କୁ ୮୬୭୯ ଭୋଟରେ ପରାଜିତ କରିଛନ୍ତି । ସେହିପରି ରାମପୁର ସିଟରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧୀ ୪୨ ହଜାରରେ ଏସପିର ଆସିମ ରାଜାଙ୍କୁ ହରାଇଥିଲେ । ପଞ୍ଜାବର ସଙ୍ଗରୁରୁ ସିଟରେ ଆମ ଆଦମୀ ପାର୍ଟିକୁ ଶକ୍ତ ଧକ୍କା ଲାଗିଛି । ଏଠାରେ ଅକାଳୀ ଦଳ ଅମୃତସରର ପ୍ରାର୍ଥୀ ସିମରନଜିତ ସିଂ ମାନ ୫୮୨୨ ଗୋଟରେ ଆପର ଗୁରମେଲ ସିଂଙ୍କୁ ପରାସ୍ତ କରିଛନ୍ତି । ଭାଗୱତ ମାନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଏହି ସିଟ ଛାଡିଥିଲେ । ଏଥିସହ ଆପ ଲୋକସଭାରେ ଶୂନ ହୋଇଯାଇଛି ।

ବିଧାନସଭା: ଦିଲ୍ଲୀ ରାଜେନ୍ଦ୍ର ନଗର ସିଟରେ ଆପ ତାର ପ୍ରାଧାନ୍ୟ ବଜାୟ ରଖିଛି । ଦୁର୍ଗେଶ ପାଠକ ୧୧୪୬୮ ଭୋଟରେ ବିଜେପିର ରାଜେଶ ଭାଟିଆଙ୍କୁ ପରାସ୍ତ କରିଛନ୍ତି । ତ୍ରିପୁରାରେ ୪ଟି ସିଟରୁ ବିଜେପି ୩ଟି ଏବଂ କଂଗ୍ରେସ ଗୋଟିକରେ ବିଜୟୀ ହୋଇଛି । ବୋରଦ୍ରାୱାଲୀ ଟାଉନ ସିଟରୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା କଂଗ୍ରେସର ଆଶୀଷ କୁମାର ଶାହାଙ୍କୁ ୬୧୦୪ ଭୋଟରେ ପରାଜିତ କରିଛନ୍ତି । ବିଜେପିର ପୂର୍ବତନ ବିଧାୟକ ସୁଦୀପ ରାୟ ବର୍ମନ ଏଥର କଂଗ୍ରେସ ପକ୍ଷରୁ ଛିଡା ହୋଇ ବିଜୟ ହାସଲ କରିଛନ୍ତି । ଯୁବରାଜଗର ଓ ସୁରମା ସିଟରୁ ବିଜେପିର ମାଲିନା ଦେବନାଥ ଓ ସ୍ୱପ୍ନ ଦାସ ଜିତିଛନ୍ତି । ଝାଡଖଣ୍ଡର ମାଣ୍ଡର ବିଧାନସଭା ସିଟ କଂଗ୍ରେସର ଶିଳ୍ପା ନେହା ତିର୍କୀ ଓ ଆନ୍ଧ୍ରପ୍ରଦେଶର ଆତ୍ମକୁର ସିଟରୁ ୱାଇଏସଆରର ବିକ୍ରମ ରେଡ୍ଡୀ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.