Latest Odisha News

BREAKING NEWS

[ଭିଡିଓ] ପୌର ନିର୍ବାଚନ : ବିଜେଡି ଟଙ୍କା ବାଣ୍ଟି ଭୋଟ ହାତଉଛି ଟ୍ୱିଟ କରି ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।  କେନ୍ଦୁଝରରେ ବିଜେଡି ପୌର ନିର୍ବାଚନ ନେଇ ଭୋଟ ହାତେଇବା ପାଇଁ ଖୁଲମଖୁଲା ପଇସା ବାଣ୍ଟଛିି ।ଏନେଇ ଟ୍ୱିଟ କରି ପଇସା ବାଣ୍ଟିବାର ଭିଡିଓ ସେୟାର କରିଛନ୍ତି ଅପରାଜିତା ଷଡଙ୍ଗୀ ।ଏନେଇ ଅପରାଜିତା କହିଛନ୍ତି ।କେତେ ଜଟିଳ ଏହା । ବିନା ପଇସା ବାଣ୍ଟିବାରେ ବିଜେଡି ଜିତି ପାରିବ ନାହିଁ ।

 

ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କିଛି ନେତା ଓ କର୍ମୀମାନେ ଲୋକମାନଙ୍କୁ ବୁଝାଇବା ସହ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି । ଦୁଇଟି ଭୋଟ ଶଙ୍ଖ ଚିହ୍ନରେ ଦେବାପାଇଁ ଭୋଟର ମାନଙ୍କୁ କହୁଛନ୍ତି । ତା ସହ ୫ଶହ ଟଙ୍କିଆ ନୋଟ୍ ଗଣି ଲୋକମାନଙ୍କୁ ବଢାଇ ଦେଉଛନ୍ତି ।ଏହି ଭିଡିଓକୁ ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଟ୍ୱିଟରରେ ସେୟାର କରିବା ସହ ଏହି ଭିଡିଓକୁ ବିଜେପି ଇଣ୍ଡିଆ, ନରେନ୍ଦ୍ରମୋଦି, ସିଏମଓ ଓଡିଶା , ନବୀନ ଓଡିଶା ଆଦିକୁ ଟ୍ୟାଗ କରିଛନ୍ତି ।

 

Leave A Reply

Your email address will not be published.