Latest Odisha News

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ,ଜିତିଲେ ବିଜେଡି ପ୍ରାର୍ଥୀ ସାରଦା ନାୟକ

ସୁନ୍ଦରଗଡ: ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ । ରାଜ୍ୟର ଚର୍ଚ୍ଚିତ ବିଧାନସଭା ଆସନ ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ ହୋଇଛନ୍ତି । ସାରଦା ପ୍ରସାଦ ନାୟକ ୬୪୩୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି ।

ସାରଦା ନାୟକ ବିଜୟୀ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଦିଲୀପ ରାୟଙ୍କୁ ୩୫୫୨ ଖଣ୍ଡ ଭୋଟରେ ହରାଇଛନ୍ତି ।ସେହିପରି  ବିଜେପି  ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୬୧ ହଜାର ୧୦୮ ଖଣ୍ଡ ଭୋଟ ମିଳିଛି । ସେହିପରି କଂଗ୍ରେସରୁ ବିଜେରେନ୍ଦ୍ର ନାଥ ପଟ୍ଟନାୟକ ୮୬୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ନୋଟାରେ ୮୨୨ ଖଣ୍ଡ ଭୋଟ୍‌ ପଡ଼ିଛି।

 

 

 

Comments are closed.