Latest Odisha News

BREAKING NEWS

ପୂର୍ବ ଅପେକ୍ଷା ଓଡ଼ିଶାରେ ବଢ଼ିଛି ବିଜେପିର ଶକ୍ତି: ବୈଜୟନ୍ତ

ନୂଆଦିଲ୍ଲୀ: ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପିର ଭୋଟର ସଂଖ୍ୟା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ବଢ଼ିଛି । ଯେଉଁଠି ଆଞ୍ଚଳିକ ଦଳ କ୍ଷମତାରେ ରହିଛି ସେଠାରେ ବିଜେପି ଭଲ ପ୍ରଦର୍ଶନ କରୁନାହିଁ ବା ମୋଦୀ ମ୍ୟାଜିକ କାମ କରୁନି ବୋଲି କହିବା ଭୁଲ୍ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଇଣ୍ଡିଆ ଟୁ଼ଡେ ନ୍ୟୁଜ ଚ୍ୟାନେଲର ‘କନକ୍ଲେଭ ଇଷ୍ଟ’ରେ ସାମିଲ ହୋଇ ଏହା କହିଛନ୍ତି।

ଓଡ଼ିଶାରେ ୨୦୧୯ ନିର୍ବାଚନ ପୂର୍ବରୁ ଜଣେ ମାତ୍ର ସାଂସଦ ଥିଲେ ଏବେ କିନ୍ତୁ ୮ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ଅନ୍ତିମ ନିର୍ବାଚନରେ ୭୭ ବିଧାୟକ ନିର୍ବାଚନରେ ବିଜୟୀ ହୋଇଛନ୍ତି । କିନ୍ତୁ ଏହା ପୂର୍ବରୁ ୨୦୧୬ରେ ବିଜେପିର ବିଧାୟକ ମାତ୍ର ୩ ଜଣ ଥିଲେ। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ୪୨ ଲୋକସଭା ଆସନରୁ ୧୮ ଜଣ ବିଜୟୀ ହୋଇଛନ୍ତି। ଏହା ବିଜେପି ପ୍ରତି ଲୋକଙ୍କ ଭଲ ପାଇବା ଏବଂ ମୋଦୀଙ୍କ ନେତୃତ୍ୱ ପ୍ରତି ଭରସା ବୋଲି ବୈଜୟନ୍ତ କହିଛନ୍ତି। ତେବେ ହଠାତ କୌଣସି ସ୍ଥାନରେ ଗୋଟିଏ ଦଳ ସଫଳତା ପାଇବାର ନିଜର ବହୁତ କମ୍ ରହିଛି । ଏଥିପାଇଁ ଆଉ ଦୁଇ ତିନୋଟି ନିର୍ବାଚନର ଆବଶ୍ୟକ ପଡିପାରେ ବୋଲି ବୈଜୟନ୍ତ କହିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରସଙ୍ଗ, ରୁଚି ଭିନ୍ନ ଥାଏ। ତେଣୁ ଏଥିପାଇଁ ସମୟ ଆବଶ୍ୟକ ବୋଲି ବୈଜୟନ୍ତ କହିଛନ୍ତି।

ଏହି କନକ୍ଲେଭରେ ସାମିଲ ହୋଇ ବୈଜୟନ୍ତ ଆହୁରି କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଉତ୍ତର ପୂର୍ବର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି । ପୂର୍ବରୁ ମଣିପୁରରେ ରେଳ ଲାଇନ ନଥିଲା। ଏବେ କିନ୍ତୁ ମୋଦୀ ସରକାର ସେଠାରେ ରେଳ ଲାଇନ୍ ସଂଯୋଗ କରିଛନ୍ତି। ସେହିପରି ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଉତ୍ତର ପୂର୍ବ ରାଜ୍ୟକୁ ଯେତେଥର ଗସ୍ତ କରିଛନ୍ତି ଏହା ପୂର୍ବରୁ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଗସ୍ତ କରିନାହାନ୍ତି।

Leave A Reply

Your email address will not be published.